www.samajalive.in
Saturday, December 6, 2025
15.1 C
Bhubaneswar

ଟାଇମ୍‌ ପତ୍ରିକାର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ଟାଇମ୍‌ ପତ୍ରିକାର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଆସିଯାଇଛି, ଯେଉଁଥିରେ ବାଜି ମାରିଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ। କ୍ୟାଟ୍ରିନା କୈଫ୍‌ ଓ ଦୀପିକା ପାଦୁକୋନ ପ୍ରମୁଖ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ଆଲିଆଙ୍କ ବ୍ୟତୀତ ବିଶ୍ଵ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା, ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଅଭିନେତା ଦେବ ପଟେଲ ୨୦୨୪ ପାଇଁ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତାଲିକାରେ ସାମିଲ ଅନ୍ୟତମ ବିଶିଷ୍ଟ ଭାରତୀୟ ନାମ ହେଉଛି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ, ଯିଏକି ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଦ୍ଵାରା ମହିଳା କୁସ୍ତିଯୋଦ୍ଧାମାନଙ୍କୁ କରାଯାଉଥିବା ଯୌନ ଉତ୍ପୀଡ଼ନ ବିରୋଧରେ ପ୍ରଦର୍ଶନର ନେତୃତ୍ଵ ନେଇଥିଲେ।


ସାକ୍ଷୀ ଏକ୍ସରେ ଲେଖିଛନ୍ତି, ‘‘୨୦୨୪ର ଟାଇମ୍‌ ୧୦୦ ତାଲିକାରେ ସାମିଲ ହୋଇଥିବାରୁ ଗର୍ବିତ’’। ଏହା ବ୍ୟତୀତ ଆଲିଆ ଭଟ୍ଟ ମଧ୍ୟ ନିଜର ଏହି ସଫଳତାକୁ ପ୍ରଶଂସକଙ୍କ ସହ ଶେୟାର କରି ଲେଖିଛନ୍ତି, ‘‘#TIME100 ର ଅଂଶ ହୋଇଥିବାରୁ ସମ୍ମାନିତ ଅନୁଭବ କରୁଛି।’’

କୋଟିଆ ଭୋଟରଙ୍କ ପାଇଁ ନିର୍ବାଚନ ସାଜିଛି ମୁଣ୍ଡବ୍ୟଥାର କାରଣ

- Advertisement -


ଏଠାରେ ସୂଚନାଯୋଗ୍ୟ, ଆଲିଆ ଟାଇମ୍‌ ପତ୍ରିକାରେ ସ୍ଥାନ ପାଇଥିବା ଏକମାତ୍ର ବଲିଉଡ଼ ଅଭିନେତ୍ରୀ। ତାଲିକାରେ ସାମିଲ ହୋଇଥିବା ଭାରତ ସହ ଜଡ଼ିତ ଅନ୍ୟ ନାମମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନୀ ପ୍ରିୟମ୍ବଦା ନଟରାଜନ, ଆମେରିକା ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଜିଗର ଶାହ ଓ ସେଫ୍‌ ତଥା ଅଧିକାର କର୍ମୀ ଅସ୍ମା ଖାନ୍‌ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories