www.samajalive.in
Sunday, December 7, 2025
23.1 C
Bhubaneswar

ଏଣିକି ତେଜରାତି ଦୋକାନରେ ମିଳିବ ଏହି ସବୁ ଔଷଧ !

ନୂଆଦିଲ୍ଲୀ : ଭାରତରେ ଏଣିକି ଥଣ୍ଡା, ଜ୍ବର, କାଶ ଭଳି ସାଧାରଣ ଔଷଧକୁ ତେଜରାତି ଦୋକାନରେ ବିକ୍ରି କରିବାକୁ ଅନୁମତି ଦିଆଯାଇପାରେ । କେନ୍ଦ୍ର ସରକାରଙ୍କ ଏକ ସମିତି ଗଠନ ହୋଇଛି ଯାହା ଭାରତରେ ଓଭର ଦ କାଉଣ୍ଟର(ଓଟିସି) ଔଷଧ ନୀତି ପ୍ରସ୍ତୁତ ଦିଗରେ କାମ କରୁଛି । ଖାସ୍ କଥା ଏହା କି ଲୋକଙ୍କୁ ଔଷଧ କିଣିବାକୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ମଧ୍ୟ ଦେଖାଇବାକୁ ପଡିବନି । ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଏହି ଔଷଧକୁ ସହଜରେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏମିତି ପଦକ୍ଷେପ ଉଠାଯାଉଛି ।

ବିଶେଷଜ୍ଞ ପରାମର୍ଶ ଅନୁସାରେ ଏବେ ଅନେକ ଅଞ୍ଚଳରେ ସାଧାରଣ ଔଷଧ ପହଞ୍ଚିପାରୁନି । ଆମେରିକା ସମେତ ଅନେକ ଦେଶରେ ଏହି ସାଧାରଣ ଔଷଧ ତେଜରାତି ଦୋକାନରେ ବିକ୍ରି ହେବାର ଅନୁମତି ରହିଛି । ଭାରତରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ଉପରେ ଆଲୋଚନା ଚାଲିଛି ।

ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

- Advertisement -

ଚଳିତ ବର୍ଷ ଫେବୃୟାରୀରେ ଓଟିସି ଔଷଧ ନୀତି ପ୍ରସ୍ତୁତ କରିବା ପାଇଁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଅତୁଲ ଗୋୟଲ ସମିତି ଗଠନ କରିଥିଲେ । ସମିତି ତରଫରୁ ନିକଟରେ ଔଷଧର ପ୍ରଥମ ତାଲିକା ପ୍ରଦାନ କରାଯାଇଥିଲା ଯାହାକୁ ବିକ୍ରି କରାଯାଇପାରିବ । ତେବେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହାର ନିଷ୍କର୍ଷ ବାହାରିବ ।

ସ୍ୱଦେଶୀ ଜ୍ଞାନକୌଶଳ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories