www.samajalive.in
Saturday, December 6, 2025
19.1 C
Bhubaneswar

ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

ଡେସ୍କ: ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାର ଏକ ସ୍କୁଲରେ କିଛି ଛାତ୍ରଛାତ୍ରୀ ହନୁମାନ ଦିକ୍ଷା ପୋଷାକ ପିନ୍ଧିବାକୁ ଶିକ୍ଷକମାନେ ବିରୋଧ କରିବାରୁ ଏକ ଧାର୍ମିକ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଛନ୍ତି। ମଦର ଟେରେସା ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ଭିତରକୁ ପ୍ରବେଶ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି।

ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ କ୍ରମେ ବୁଧବାର ଜଣେ ସ୍କୁଲ ପ୍ରତିନିଧି ଓ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦଫା ୧୫୩(ଏ) (ଧର୍ମ କିମ୍ବା ଜାତି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ୨୯୫(ଏ) (ଧାର୍ମିକ ଭାବନାକୁ ଅପମାନିତ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

- Advertisement -

ତେବେ ସ୍କୁଲ ୟୁନିଫର୍ମ ପିନ୍ଧିନଥିବା ଦେଖି ପ୍ରଧାନଶିକ୍ଷକ କେବଳ ଅଭିଭାବକଙ୍କୁ ଆଣିବାକୁ କହିଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

ଏହାପରେ ହନୁମାନ ଦିକ୍ଷା ପୋଷାକ ପିନ୍ଧି ଥିବାରୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ ଓ ବାର୍ଷିକ ପରୀକ୍ଷା ଦେବାକୁ ବାରଣ କରିଥିବାରୁ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଧାର୍ମିକ ଗୋଷ୍ଠୀର ସଦସ୍ୟମାନେ ବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories