www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରସାଦ ଖାଇ ୧୫ ଲୋକଙ୍କ ମୃତ୍ୟୁ ହେବା ଘଟଣା: ମଠାଧୀଶଙ୍କ ସମେତ ୪ ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକ ଚମରାଜନଗର ଜିଲା କେଲ୍ଲେଗଲ ତହସିଲ ଅଧୀନ ସୁଲୱାଡି ଗ୍ରାମରେ ଏକ ମନ୍ଦିରର ପ୍ରସାଦ ଖାଇ ୧୫ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ପୁଲିସ୍‍ ବୁଧବାର ୪ ଜଣଙ୍କୁ ଗିରଫ କରିଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ଟ୍ରଷ୍ଟିକୁ ଗାଦିଚ୍ୟୁତ୍‍ କରିବା ଓ ମନ୍ଦିରର ଦାନ ଅର୍ଥକୁ ହଡ଼ପ କରିବା ଲକ୍ଷ୍ୟରେ ମଠାଧୀଶ ପ୍ରସାଦରେ ବିଷ ମିଶାଇଥିଲେ।
ସଲୁର ମଠର ମଠାଧୀଶଙ୍କ ନିର୍ଦେଶରେ ତାଙ୍କ ପ୍ରେମିକା, ପ୍ରେମିକାଙ୍କ ସ୍ୱାମୀ ଏବଂ ନିକଟ ଏକ ମନ୍ଦିରର ପୂଜାରୀ ଡିସେମ୍ବର ୧୪ ତାରିଖ ଦିନ ମନ୍ଦିରରେ ପ୍ରସ୍ତୁତ ପ୍ରସାଦରେ ବିଷ ମିଶାଇଥିଲେ। ଏହି ବିଷମିଶା ପ୍ରସାଦ ସେବନ କରି ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୧୦୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ପୁଲିସ୍‍ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍‍ କରିବା ପୂର୍ବକ ବୁଧବାର ମଠାଧୀଶ ଏବଂ ତାଙ୍କ ୩ ସହଯୋଗୀଙ୍କୁ ଗିରଫ କରିଛି। ଏହି ଘଟଣାର ତଦନ୍ତ ପାଇଁ ଏକ ୪୫ ଜଣିଆ ପୁଲିସ୍ କର୍ମୀଙ୍କ ଦଳ ଗଠନ କରାଯାଇଥିଲା । ପୁଲିସ୍ ଦଳ ଆଖପାଖ ଅଞ୍ଚଳର ଲୋକ, ମନ୍ଦିରକୁ ପ୍ରତିଦିନ ଆସୁଥିବା ଭକ୍ତ ଏବଂ ପ୍ରସାଦ ଖାଇ ଅସୁସ୍ଥ ହୋଇପଡ଼ିଥିବା ଲୋକଙ୍କୁ ପଚରାଉଚୁରା କରି ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।  ପୁଲିସ୍‍ ପ୍ରସାନ୍ଦ ରାନ୍ଧିଥିବା ମଠାଧୀଶଙ୍କ ପ୍ରେମିକା ଅମ୍ବିକାକୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରିବା ପରେ ସେ ଖାଦ୍ୟରେ ବିଷ ମିଶାଇଥିବା ସ୍ୱୀକାର କରିଛି। ମଠାଧୀଶଙ୍କ ନିର୍ଦେଶରେ ସେ ଏହି କାର୍ଯ୍ୟ କରିଥିବା କହିଛି। ଅମ୍ବିକା ଘରୁ ଦୁଇଟି କୀଟନାଶକ ଔଷଧ ବୋତଲ ଜବତ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories