www.samajalive.in
Monday, December 15, 2025
27.1 C
Bhubaneswar

ଗଙ୍ଗା ନଦୀର ଧାର୍ମିକ ମହତ୍ତ୍ବ

ଗଙ୍ଗା ନଦୀ ନିଜର ଜଳ ଓ ବିଶେଷ ଗୁଣ ଯୋଗୁ ମୂଲ୍ୟବାନ ବୋଲି କୁହାଯାଇଛି।ଏହାର ଜଳ ନିଜର ଶୁଦ୍ଧତା ଓ ପବିତ୍ରତା ଅନେକ ଦିନ ପର୍ଯ୍ୟନ୍ତ ବଜାୟ ରଖିଥାଏ। କୁହାଯାଇଛି ଯେ, ପ୍ରଭୁ ଶିବଙ୍କ ଜଟାରେ ଗଙ୍ଗା ବାସ କରିଥାଆନ୍ତି।ଗଙ୍ଗା ସ୍ନାନ, ପୂଜା ଓ ଦର୍ଶନ କରିବା ଦ୍ବାରା ସମସ୍ତ ପାପ ନାଶ ହୋଇଥାଏ।

ଗଙ୍ଗା ନଦୀର ଜଳକୁ ଆମେ ସବୁ ସମୟରେ ବ୍ୟବହାର କରିପାରିବା। ଏହା କେବେବି ଅଶୁଦ୍ଧ ହୁଏ ନାହିଁ। ନିୟମିତ ରୂପେ ଗଙ୍ଗା ଜଳ ବ୍ୟବହାର କରିବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ। ଏହା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। କିଛି ବ୍ୟକ୍ତି ଗଙ୍ଗା ନଦୀର ଜଳକୁ ଚତ୍ମକାରୀ କହି ଥାଆନ୍ତି। ଘରେ ଗଙ୍ଗା ଜଳ ସିଞ୍ଚନ କରିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

- Advertisement -

ଗଙ୍ଗା ଜଳର ବ୍ୟବହାର :

ପ୍ରତ୍ୟେକ ସୋମବାର ଦିନ ଶିବ ଲିଙ୍ଗରେ ଗଙ୍ଗା ଜଳ ଅର୍ପଣ କରନ୍ତୁ।

ଜଳ ଅର୍ପଣ କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ଏହାସହ ଓଁ ନମଃ ଶିବାୟ ମଧ୍ୟ ଜପ କରନ୍ତୁ।

ଭଗବାନ ଶିବଙ୍କୁ ଆୟୁ ରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ।

ଏହି ଭୁଲ କରନ୍ତୁ ନାହିଁ :

ବସ୍ତ୍ର ପରିଧାନ କରି ଗଙ୍ଗା ଜଳ କିମ୍ବା ଗଙ୍ଗା ନଦୀରେ ସ୍ନାନ କରନ୍ତୁ।

ଗଙ୍ଗା ନଦୀରେ ସ୍ନାନ କରିବା ବେଳେ ୩ଥର ବୁଡନ୍ତୁ।

ଜଳରୁ ବାହାରି ପୁରୁଣା ବସ୍ତ୍ର ସେଠାରେ ପକାଇ ନୂତନ ବସ୍ତ୍ର ପରିଧାନ କରନ୍ତୁ।

ତାପରେ ଗରିବଙ୍କୁ ଅନ୍ନ କିମ୍ବା ଫଳ ଦାନ କରନ୍ତୁ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories