ରାଜ୍ୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍ଘାଟିତ
କଟକ: ଓଡ଼ିଶା ବାସ୍କେଟବଲ୍ ଆସୋସିଏସନ୍ ଓ କ୍ଲବ୍ ଦି ସୁପ୍ରିମ୍ ଆନୁକୂଲ୍ୟରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ବାସ୍କେଟବଲ୍ ଚମ୍ପିଆନ୍ସିପ୍ ଉଦ୍ଘାଟିତ ହୋଇଛି। ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଖେଳାଯାଉଛି; ଯାହା ୨୩ରେ ଉଦ୍ଯାପନ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମଦିନରେ ୩ଟି ମ୍ୟାଚ୍ ଖେଳାଯାଇଛି। ଏଥିରେ କେନ୍ଦ୍ରାପଡ଼ାକୁ ୫୦-୩୬ ପଏଣ୍ଟରେ ବିଏସ୍ଏନ୍ଏଲ୍, କଟକ ବାସ୍କେଟବଲ ଆସୋସିଏସନ୍ ୪୮-୨୩ରେ ଆୟୋଜକ କ୍ଲବ୍ ଦି ସୁପ୍ରିମ୍କୁ ଏବଂ ଅନୁଗୋଳ ଜିଲାକୁ ୫୯-୪୧ ପଏଣ୍ଟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍ଏସ୍ପି) ପରାସ୍ତ କରିଛି।
ଏହି ପ୍ରତିଯୋଗିତାରେ ୩୦ଟି ପୁରୁଷ ଓ ୧୦ଟି ମହିଳା ଦଳ ଅ˚ଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ବିଜେତା ଓ ଉପବିଜେତାଙ୍କୁ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ। ବ୍ୟକ୍ତିଗତ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ବୁଧବାର ସନ୍ଧ୍ୟାରେ ଏହି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ବାସ୍କେଟବଲ୍ ଆସୋସିଏସନ୍ର ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା ମୁଖ୍ୟଅତିଥି ଥିଲେ। ଆସୋସିଏସନ୍ର ଉପସଭାପତି ଜେ. କାମେଶ୍ବର ରାଓ, ଅମିୟ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ ବେହେରା, ଯୁଗ୍ମ ସମ୍ପାଦକ ମଦନ ରାଓ ଓ ବିନୋଦ କୁମାର ସାହୁ ଏବଂ କ୍ଲବ୍ ଦି ସୁପ୍ରିମ୍ର ସମ୍ପାଦକ ସୌରଭ କୁମାର ବେହେରା ଉପସ୍ଥିତ ଥିଲେ। ଉଦ୍ଘାଟନୀ ଉତ୍ସବରେ ପ୍ରତିଯୋଗୀ ଦଳଙ୍କର ମାର୍ଚ୍ଚପାଷ୍ଟ ଅନୁଷ୍ଠିତ େହାଇଥିଲା। ଉଦ୍ଘାଟନୀ ଉତ୍ସବରେ କିଛି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।