www.samajalive.in
Sunday, December 7, 2025
26.1 C
Bhubaneswar

ହ୍ୱାଟ୍ସଆପ୍ : ଏହି ୪ଟି ମେସେଜ୍ କ୍ଲିକ୍ କରିବା ପଡିବ ମହଙ୍ଗା,ହେବ ଆକାଉଣ୍ଟ ଖାଲି..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ହ୍ୱାଟ୍ସଆପ୍ ବ୍ୟବହାର ସଭିଏଁ କରି ଥାଆନ୍ତି। ଏହି ଆପ୍ ମାଧ୍ୟମରେ ଲୋକଙ୍କ ନିକଟକୁ ବିଭିନ୍ନ ମେସେଜ ଆସିଥାଏ। ସେହି ମେସେଜ ମଧ୍ୟରୁ କିଛି ମେସେଜ ଆପଣଙ୍କ ସମ୍ପର୍କୀୟ,ବନ୍ଧୁଙ୍କର ହୋଇଥିବା ବେଳେ ଅନ୍ୟ କିଛି ସାଇବର ଅପରାଧୀଙ୍କର ମଧ୍ୟ ଥାଏ। ମାତ୍ର ସାଇବର ଅପରାଧୀ ମାନେ ଏହା ଜରିଆରେ ଅନେକ ତଥ୍ୟ ନେଇ ଆକାଉଣ୍ଟରୁ ଟଙ୍କା ଖାଲି କରି ଦିଅନ୍ତି। ଏଭଳି ମେସେଜରେ ଅନେକ ଲିଙ୍କ୍ ଆସିଥାଏ। ଯାହାକୁ କ୍ଲିକ୍ କରିବା ଦ୍ୱାରା ଆପଣଙ୍କ ସମସ୍ୟା ବଢିଯାଏ। ଜାଣନ୍ତୁ ସେଭଳି ୪ ପ୍ରକାରର ମେସେଜ ବିଷୟରେ ଯାହାକୁ କଦାପି କ୍ଲିକ୍ କରିବା ଉଚିତ୍ ନୁହେଁ।

ଚୈତ୍ର ନବରାତ୍ର : ୯ ଦିନ କି କି ଭୋଗ କରିବେ ଅର୍ପଣ..

- Advertisement -

ହ୍ୱାଟ୍ସଆପ୍ ରେ ଅନେକ ସମୟରେ ନୋଟିଫିକେସନ୍ ଆସିଥାଏ। ଯାହା ଡେଲିଭରି ସହ ଜଡିତ ମେସେଜ ହୋଇଥାଏ। ଏଥିରେ ଆପଣ ଅର୍ଡର କରିଥିବା ଜିନିଷର ଡେଲିଭରି ଫେଲ୍ ହୋଇ ଯାଇଛି, ଜିନିଷକୁ ଟ୍ରାକ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ। ଏହାପରେ ଅପରାଧି ଆପଣଙ୍କ ସମସ୍ତ ତଥ୍ୟ ପାଇ ଯାଆନ୍ତି। ଆକାଉଣ୍ଟ ଖାଲି ହୋଇଯାଏ।

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

ବର୍ତ୍ତମାନ ସମୟରେ ଚାକିରି ପାଇଁ ଅଧିକାଂଶ ଲୋକଙ୍କୁ ବିଭିନ୍ନ ମେସେଜ ଆସିଥାଏ। ଯେଉଁରେ ଲୋକଙ୍କୁ ଚାକିରି ଦେବା ପାଇଁ ଦାବି କରାଯାଏ। ଅନେକ ଅପରାଧି ଚାକିରି ପାଇଁ ନୋଟିଫିକେସନ୍ ପଠାଇ ଥାଆନ୍ତି। ଯାହା ନକଲି ହୋଇଥାଏ। ଏହାକୁ କ୍ଲିକ୍ କରିବା ମାତ୍ରେ ତଥ୍ୟ ସହ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଏ।

୧୩ ପରେ ବଢିବ ତାତି

ଆପଣଙ୍କ ନିକଟକୁ ନିଶ୍ଚୟ ଏପରି ମେସେଜ ଆସିଥିବ, ଯେଉଁଥିରେ ଲେଖା ଥାଏ। ଆପଣ ଉପହାର ଜିତିଛନ୍ତି। ଏହାକୁ ଦେଖି ଲୋକେ ସେହି ମେସେଜକୁ କ୍ଲିକ କରି ଥାଆନ୍ତି। ଫଳରେ ଅପରାଧୀର ଜାଲରେ ଫସି ଯାଆନ୍ତି।

ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ନିକଟକୁ ବ୍ୟାଙ୍କ୍ ଆଲର୍ଟ ମଧ୍ୟ ଆସିଥାଏ। ସେହି ମେସେଜ୍ ରେ ଲିଙ୍କ୍ ଥାଏ। କୁହାଯାଏ ବ୍ୟାଙ୍କ କେୱାଇସି ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ। ଏହାକୁ କ୍ଲିକ୍ କରିବା ମାତ୍ରେ ଅପରାଧୀ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଖାଲି କରି ଦିଅନ୍ତି।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories