www.samajalive.in
Sunday, December 7, 2025
14.1 C
Bhubaneswar

ମୋ ଉପକାରୀ ବଗିଚାର ତଦନ୍ତ ଆରମ୍ଭ

ଧାମରା : ଗୋପିନାଥପୁର ପଞ୍ଚାୟତ ଅଧିନସ୍ଥ ବାଲିପଦା ଗ୍ରାମରେ ହୋଇଥିବା ମୋ ଉପକାରୀ ବଗିଚାରେ ବହୁ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଲୋକୟୁକ୍ତଙ୍କ ପାଖରେ ସେହି ପଞ୍ଚାୟତର ସାମାଜିକ କର୍ମୀ ଶରତ ସେନାପତି ଲିଖିତ ଅଭିଯୋଗ କରିଥିଲେ। ସମସ୍ତ ତଥ୍ୟକୁ ଆଧାର କରି ଲୋକାୟୁକ୍ତଙ୍କ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଛି। ଆଜି ଅତିରିକ୍ତ ନିର୍ଦେଶିକା ସସ୍ମିତା ଲେଙ୍କା ଆସି ଗୋପିନାଥପୁର ପଞ୍ଚାୟତରେ ପହଞ୍ଚିବା ପରେ ଚାନ୍ଦବାଲି ବ୍ଲକ ପ୍ରଶାସନର କିଛି କର୍ମୀଙ୍କ ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲା। ଅତିରିକ୍ତ ନିର୍ଦେଶିକା ଏହି ପଞ୍ଚାୟତରେ ମୋ ଉପକାରୀ ବଗିଚାରେ ସାମିଲ ହୋଇଥିବା ସାଧାରଣ ଜନତାଙ୍କ ଘରେ ପହଂଚି ମୋ ଉପକାରୀ ବଗିଚାର ବିଭିନ୍ନ ଦିଗ ଏବଂ କେଉଁ ମସିହାରେ ଏଥିରେ ସଂପୃକ୍ତ ଚାଷୀ ସାମିଲ ହୋଇଥିଲେ କେତେ ଟଙ୍କା ବିନିଯୋଗ କରିବା ସହ ସରକାରଙ୍କ ଠାରୁ କେତେଟଙ୍କା ଲାଭ ଉଠାଇଛନ୍ତି ଏଭଳି ବିଭିନ୍ନ ପ୍ରଶ୍ନ ସେମାନଙ୍କୁ ପଚାରି ବୁଝିଥିଲେ।

ଅତିରିକ୍ତ ନିର୍ଦେଶିକାଙ୍କ ମୋ ବଗିଚାରେ ହୋଇଥିବା ଅନିୟମିତତା ଉପରେ ପଚାରିଥିବା ପ୍ରଶ୍ନ କିଛି ଜନତାଙ୍କ ପାଖରୁ ଠିକ ଭାବେ ଉତର ପାଇଥିବା ବେଳେ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ କିଛି ସାଧାରଣ ଜନତାଙ୍କୁ ବ୍ୟବହାର ଖରାପ କରିଥିବା ଅଭିଯୋଗ ହୋଇଛି। ସେହିପରି ସହକାରୀ ଯନ୍ତ୍ରୀ ସ୍ମୃତିରଞ୍ଜନ ତରାଇ ଉପସ୍ଥିତି ମଧ୍ୟ ସାଧାରଣ ଜନତାଙ୍କୁ ସୁହାଇ ନଥିବା ବେଳେ ଆଗାମୀ ତଦନ୍ତ ସମୟରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଏଭଳି ବ୍ୟବହାର ପାଇଁ ଏମାନଙ୍କୁ ଏହି ତଦନ୍ତ କରିବାକୁ ନଆଣି ସେମାନଙ୍କୁ ଅନ୍ୟ ସ୍ଥାନରେ ଜେରା କରିବାକୁ ଦାବୀ କରିଛନ୍ତି।

- Advertisement -

ସଂପୃକ୍ତ ବ୍ୟକ୍ତି ବିଶେଷ ତଦନ୍ତରେ ବ୍ୟାଘାତ ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଛି। ଆଜି ସଂପୃକ୍ତା ନିର୍ଦେଶିକା ସସ୍ମିତା ଲେଙ୍କା ପଞ୍ଚାୟତରେ ମାତ୍ର ୪୦ଘର ବୁଲି ତଥ୍ୟ ଆଣିଥିବା ବେଳେ ଆସନ୍ତା କାଲି ପୁନଶ୍ଚ ଏକ ଟିମ ଆସି ଏହି ତଦନ୍ତ କରିବେ ବୋଲି ଜଣାଯାଇଛି।ଆଜିର ଏହି ତଦନ୍ତ ସମୟରେ ଚାନ୍ଦବାଲି ବ୍ଲକର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ବିକାଶ ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ଚାନ୍ଦବାଲି ବ୍ଲକ ମନରେଗା ସହକାରୀ ସନ୍ତୋଷ କୁମାର ନାୟକ, ସହକାରୀ ଯନ୍ତ୍ରୀ ସ୍ମୃତିରଞନ ତରାଇ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ, ବିପିଏମ ଷ୍ଟାଲିନ ନାୟକ, ଜିଆରଏସ ରିତାରାଣୀ ମୁଦୁଲି, ପୂର୍ବତନ ଜିଆରଏସ ପୁରୁଷୋତମ ବାରିକ ଏବଂ ଗୋପିନାଥପୁର ପଂଚାୟତ ସରପଂଚ ବାପୁନ ବାରିକ ପ୍ରମୁଖ ସଂପୃକ୍ତ ସ୍ଥାନରେ ଉପସ୍ଥିତ ରହିବାକୁ ଲୋକାୟୁକ୍ତ ନିଜର ଚିଠି ସଂଖ୍ୟା ୨୭୯୨/ଏଲଔଇ/ ୪ଏପ୍ରିିଲ ୨୦୨୪ ପତ୍ରସଂଖ୍ୟାରେ ଅବଗତ କରାଇଥିବା ବେଳେ ଆଜି ତଦନ୍ତ ସମୟରେ ସମସ୍ତ କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳି ଥିଲା।

ଆଗାମୀ ଦିନରେ ସମସ୍ତ କର୍ମଚାରୀ ମାନଙ୍କୁ ତଦନ୍ତ ସମୟରେ ଜେରା କଲେ ପ୍ରକୃତ ତଥ୍ୟ ଲୋକ ଲୋଚନାକୁ ଆସିବା ସହ ମୋ ବଗିଚାରେ ହୋଇଥିବା ଦୁର୍ନିୀତି ର ପର୍ଦାଫାଶ ହୋଇ ପାରିବ ବୋଲି ଅଂଚଳବାସୀ ଦାବୀ କରିଛନ୍ତି।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories