mission shakti banner

ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି: କାଳବୈଶାଖୀ ସମ୍ଭାବନା, ଘଡ଼ଘଡ଼ି ସହ କୁଆପଥର ବର୍ଷା

nua o banner

ଭୁବନେଶ୍ବର:ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଆସନ୍ତାକାଲି ଓ ପରଦିନ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ସମ୍ଭାବନା ରହିଛି। ଫଳରେ ଘଡ଼ଘଡ଼ି ଜନିତ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଦିନ ଓ ରାତିର ତାପମାତ୍ରା ୨ରୁ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିବା ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବ। ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ଗଜପତି, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.