www.samajalive.in
Sunday, December 7, 2025
14.1 C
Bhubaneswar

ଅରୁଣାଚଳ ପ୍ରଦେଶର ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍

ଡେସ୍କ: ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ଶନିବାର ପ୍ରକାଶ କରିଛି ଯେ ଭାରତ ସୀମାରେ ଥିବା ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ନାମ ତାଲିକାରେ ଅରୁଣାଚଳ ପ୍ରଦେଶର ତିବ୍ବତୀୟ ସ୍ୱୟଂଶାସିତ ଅଞ୍ଚଳର ଅଂଶକୁ ଚୀନ୍ ଜାଙ୍ଗନାନ ବୋଲି କହିଛି।

ଭୌଗୋଳିକ ନାମ ପରିଚାଳନା ଉପରେ ଷ୍ଟେଟ୍ କାଉନସିଲ୍ (ଚୀନ୍ କ୍ୟାବିନେଟ୍)ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ, ଚୀନର ଜାଙ୍ଗନାନରେ ଥିବା କେତେକ ଭୌଗୋଳିକ ନାମକୁ ନାମ କରଣ କରାଯାଇଥିବା ସୂଚନା ମିଳିଛି। ୧୧ଟି ଆବାସିକ ଜିଲ୍ଲା, ୧୨ଟି ପର୍ବତ, ୪ଟି ନଦୀ, ଗୋଟିଏ ହ୍ରଦ, ଗୋଟିଏ ପର୍ବତ ପଥ ଏବଂ ଗୋଟିଏ ଭାଗକୁ ଏହି ନାମରେ ନାମିତ କରାଯାଇଛି, ଯାହା ଚାଇନିଜ୍ ଅକ୍ଷର, ତିବ୍ବତୀୟ ଲିପି ଏବଂ ମାଣ୍ଡାରିନ୍ ଚାଇନିଜ ରୋମାନୀକୃତ ରୂପେ ଦର୍ଶାଯାଇଛି।

- Advertisement -

ଅରୁଣାଚଳ ପ୍ରଦେଶ ଉପରେ ଚୀନର ଦାବିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛି। ଭାରତର ଆଭିମୁଖ୍ୟକୁ ଦୋହରାଇ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବାରମ୍ବାର ଆମର ସ୍ଥିତି ସ୍ପଷ୍ଟ ହୋଇଛି। ଚାଇନା ଯେତେ ଥର ଚାହିଁବ ନିଜର ଭିତ୍ତିହୀନ ଦାବିର ପୁନରାବୃତ୍ତି କରିପାରେ। ଏହା ଦ୍ୱାରା ଭାରତର ସ୍ଥିତି ବଦଳିବ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବେଜିଂର ଏହି ଦାବିକୁ ଭାରତ ଅଯଥା ଓ ହାସ୍ୟାସ୍ପଦ ବୋଲି ଖଣ୍ଡନ କରିବା ସତ୍ତ୍ୱେ ଅରୁଣାଚଳ ପ୍ରଦେଶ ସର୍ବଦା ନିଜର ଅଞ୍ଚଳ ବୋଲି ଚୀନ୍ ଦାବି କରି ଆସୁଛି।

ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଅରୁଣାଚଳ ପ୍ରଦେଶ ଉପରେ ଚୀନର ବାରମ୍ବାର ଦାବିକୁ ହାସ୍ୟାସ୍ପଦ ବୋଲି ନିନ୍ଦା କରିଥିଲେ ଏବଂ ସୀମାନ୍ତ ରାଜ୍ୟ ଭାରତର ଏକ ପ୍ରାକୃତିକ ଅଂଶ ବୋଲି କହିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories