www.samajalive.in
Friday, December 5, 2025
26.1 C
Bhubaneswar

୧୧୦ କି.ମି. ମାଇଲେଜ ଦେଉଛି ଏହି ବାଇକ, ଦାମ୍‌‌ ମାତ୍ର ଏତିକି…

ସମାଜ ଡିଜିଟାଲ ଡେସ୍କ: ପେଟ୍ରୋଲ ଦର ସବୁବେଳେ ୧୦୦ ଟଙ୍କା ଉପରେ ରହୁଛି। ନିର୍ବାଚନ ପରେ ଦର ଆହୁରି ବଢ଼଼ିବ ବୋଲି ଆଶଙ୍କା କରାଯାଉଛି। ଏହା ହେଲେ ବାଇକ୍‌‌ ଚାଳକଙ୍କ ପକେଟ ଉପରେ ପଡ଼ିବ ଅଧିକ ବୋଝ। ତେବେ ଏହାକୁ ନେଇ ବିଶେଷ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ବଜାରକୁ ଆସିଥିବା ଏହି ବାଇକ୍‌‌ ଗୋଟିଏ ଲିଟର ପେଟ୍ରୋଲରେ ୧୧୦ କିଲୋମିଟର ମାଇଲେଜ ଦେଉଛି। ଏହି ବାଇକର ନିର୍ମାତା ହେଉଛି ଟିଭିଏସ କମ୍ପାନୀ। ଟିଭିଏସ ସ୍ପୋର୍ଟ ଭାରିଆଣ୍ଟରେ କମ୍ପାନୀ ଏହି ବାଇକକୁ ବଜାରକୁ ଛାଡ଼ିଥିବାବେଳେ ଏବେ ଏହାର ମୂଲ୍ୟ ହ୍ରାସ କରିଛି। ବାଇକ ମୂଲ୍ୟ ପ୍ରାୟ ୫୯ ହଜାର ଟଙ୍କା ଥିବାବେଳେ ମାତ୍ର ୫୪୫୦ ଟଙ୍କା ଡାଉନପେମେଣ୍ଟ ଦେଇ ଏହାକୁ ଗ୍ରାହକ କ୍ରୟ କରିପାରିବେ।

କମ୍ପାନୀ ଚଳିତ ମାସରେ ଟିଭିଏସ ସ୍ପୋର୍ଟ ବାଇକ ଉପରେ ଭଲ ଅଫର ଦେଇଛି। କମ୍ପାନୀର ଏକ୍ସ-ଶୋରୁମ ମୂଲ୍ୟ (ରାଜସ୍ଥାନ) ୫୯ ହଜାର ୪୩୧ ଟଙ୍କା ରହିଛି। ଏହା ବ୍ୟତୀତ କମ୍ପାନୀ ବାଇକ ଉପରେ ୩୩୦୦ ଟଙ୍କାର ରିହାତି ପ୍ରଦାନ କରୁଛି। ଏହା ସହିତ ଏସିଆ ବୁକ୍‌‌ ଅଫ ରେକର୍ଡ୍ସ ଏବଂ ଇଣ୍ଡିଆ ବୁକ୍‌‌ ଅଫ୍‌‌ ରେକର୍ଡ୍ସ ଅନୁସାରେ ବାଇକ ଗୋଟିଏ ଲିଟର ପେଟ୍ରୋଲରେ ୧୧୦.୧୨ କି.ମି ଯାତ୍ରା କରି ରେକର୍ଡ ପ୍ରତିଷ୍ଠା କରିଛି।

- Advertisement -

ବାଇକ୍‌‌ର ଫିଚର୍ସ ମଧ୍ୟରେ ଏହାର ଇଞ୍ଜିନ ୧୧୦ ସିସି ବିଶିଷ୍ଟ ରହିଛି। ଯାହା ୮.୨୯ ପିଏସର ପାୱାର ସହିତ ୮.୭ ଏନଏମ ଟର୍କ ଉତ୍ପନ୍ନ କରିଥାଏ। ଏଥିରେ ୪ ସ୍ପିଡ୍‌‌ ଗିୟର ବକ୍ସ ରହିଛି। ଏଥିରେ ବ୍ୟବହୃତ ଇଟି-ଏଫଆଇ ଟେକ୍ନୋଲୋଜି କମ୍‌‌ ଇନ୍ଧନ ଖର୍ଚ୍ଚ କରିଥାଏ। ବାଇକର ଟପ୍‌‌ ସ୍ପିଡ୍‌‌ ୯୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ଇନ୍ଧନ ଟାଙ୍କରି କ୍ଷମତା ୧୦ ଲିଟର ରହିଛି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories