mission shakti banner

ବୌଦ୍ଧରେ ଛାତ୍ର ବିଜେଡିର ସମାବେଶ

BSKY banner  750×100

ବୌଦ୍ଧ: ବୌଦ୍ଧରେ ଆଜି ଛାତ୍ର ବିଜେଡି ଏକ ସମାବେଶ ଆୟୋଜିତ କରିଥିଲା। ସ୍ଥାନୀୟ ତୁଳସୀ କଲ୍ୟାଣ ମଣ୍ଡପଠାରେ ଜିଲା ଛାତ୍ର ବିଜେଡିର ସଭାପତି ସଂଗ୍ରାମ କେଶରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଷଷ୍ଠଥର ପାଇଁ ବୌଦ୍ଧରୁ ବିଜେଡିର ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ପ୍ରଦିପ ଅମାତ ଓ ତୃତୀୟ ଥର ପାଇଁ କଣ୍ଟାମାଳରୁ ପ୍ରାର୍ଥୀ ହୋଇଥିବା ବିଧାୟକ ମହୀଧର ରଣା ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଉଭୟ ନେତା ଅନୁପସ୍ଥିତ ରହିଥିଲେ। ହେଲେ ସେମାନଙ୍କ ଅନୁପସ୍ଥିତିରେ ଛାତ୍ର ବିଜେଡି ସମାବେଶର ମଙ୍ଗ ସମ୍ଭାଳିଥିଲେ ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ଦଳର ଏନଏସି ପାଇଁ ନିର୍ବାଚନ ସଂଯୋଜକ ଅଶୋକ ସାହୁ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ଓ ପୂର୍ବତନ ଉପନଗରପାଳ ବସନ୍ତ କୁମାର ସ୍ୱାଇଁ। ରାଜ୍ୟ ଛାତ୍ର ବିଜେଡିର ପର୍ଯ୍ୟବେକ୍ଷକ ଭାବରେ ନିହାରିକା ମହାନ୍ତି ଯୋଗଦେଇ ସମାବେଶ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ। ହେଲେ ଏହି ମଞ୍ଚରେ ଛାତ୍ର ବିଜେଡିର ରାଜ୍ୟ ସଂପାଦକ ଭାବରେ ନିକଟରେ ଦାୟିତ୍ୱ ନେଇଥିବା ବୌଦ୍ଧର ଉଦୀୟମାନ ଛାତ୍ରନେତା ଅଂଶୁମାନ ହୋତାଙ୍କୁ ସ୍ଥାନ ନମିଳିବା ଆଲୋଚନାର ବିଷୟ ପାଲଟିଛି। ବିଜେଡି ପକ୍ଷରୁ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ମେଜିକ କାର୍ଡ ଜରିଆରେ ମୋବାଇଲ ଭାଉଚର ଠାରୁ ଆରମ୍ଭ କରି ବସ ପାସ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ନେଇ ସମାବେଶରେ ସୂଚନା ଦିଆଯାଇଥିଲା।

Comments are closed.