ଶସ୍ତାରେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାର ସୁଯୋଗ ! ଦାମ୍ କମାଇଲା ଏହି କମ୍ପାନୀ
ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଇଲେକ୍ଟ୍ରିକ୍ ଗାଡି ଆଡେ ଅଧିକ ଆଗଭର ହେଉଛନ୍ତି । ଇଲେକ୍ଟ୍ରିକ୍ ଗାଡି ନିର୍ମାତାମାନେ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର୍ ନେଇଆସୁଛନ୍ତି । ଯଦି ଆପଣ ମଧ୍ୟ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚାହୁଁଛନ୍ତି ଏବଂ ୧ ଲକ୍ଷ ଟଙ୍କାରୁ କମ୍ ଦାମର ଗାଡି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉତ୍ତମ ଖବର ।
ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାଣ କରୁଥିବା ଷ୍ଟାର୍ଟଅପ୍ କମ୍ପାନୀ କ୍ବାଣ୍ଟମ୍ ଏନର୍ଜି ନିଜର କିଛି ବଛା ବଛା ଇଲେକ୍ଟ୍ରିକ୍ ସ୍କୁଟରକୁ ଶସ୍ତା କରିଦେଇଛି । ଏହି ତାଲିକାରେ କମ୍ପାନୀ ପ୍ଲାଜମା ଏକ୍ସ ଏବଂ ପ୍ଲାଜମା ଏକ୍ସଆର୍ ମଡେଲ୍ ସାମିଲ କରିଛି । କମ୍ପାନୀ ଏବେ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ୧୦୭୦୦ ଟଙ୍କାର ସ୍ପେଶାଲ ରିହାତି ଅଫର କରୁଛି । କିନ୍ତୁ ସର୍ତ୍ତ ଏହା କି ଏହି ରିହାତିର ବୈଧତା କେବଳ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ ।
ପ୍ଲାଜମା ଏକ୍ସ ଏବଂ ଏକ୍ସଆରର ଏକ୍ସ-ଶୋରୁମ୍ ଦାମ୍ ଯଥାକ୍ରମେ ୧,୧୯,୫୨୫ ଟଙ୍କା ଏବଂ ୯୯,୭୫୭ ଟଙ୍କା ଥିଲା । କିନ୍ତୁ ଏହି ରିହାତି ପରେ ଏହି ୨ ସ୍କୁଟରର ଦାମ୍ ୧୦୯,୦୦ ଏବଂ ୮୯,୦୦୦ ଟଙ୍କା ହୋଇଯାଇଛି । ଉଭୟ ଗାଡିରେ ଲିଥିୟମ୍-ଆୟନ ବ୍ୟାଟେରୀ ସହିତ ପ୍ଲାଜମା ଏକ୍ସର ସର୍ବାଧିକ ଗତି ୬୫ କିଲୋମିଟର ପ୍ରତି ଘଣ୍ଟା ଏବଂ ୧୧୦ କିଲୋମିଟର ପର୍ଯ୍ୟନ୍ତ ଏଥିରେ ଥରେ ଚାର୍ଜ କଲେ ଯାତ୍ରା କରିହେବ । ସେହିଭଳି ଏକ୍ସଆରର ସର୍ବାଧିକ ସ୍ପିଡ୍ ୬୦ କିଲୋମିଟର ପ୍ରତି ଘଣ୍ଟା ଏବଂ ୧୦୦ କିମି ରେଞ୍ଜ ପ୍ରଦାନ କରିଥାଏ ।
Comments are closed.