ବୃଦ୍ଧଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଅଟକ
ବୋଲଗଡ : ବୋଲଗଡ ବ୍ଲକ ବେଗୁନିଆ ଥାନା ବଡନୟାପଲ୍ଲୀ ନୁଆସାହିରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧଙ୍କୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଶିବ ନାୟକ ବୋଲି ଜଣାପଡିଛି। ଶନିବାର ବିଳମ୍ବିତ ରାତିରେ ଶିବ ବେପାର ସାରି ଘରକୁ ଫେରୁଥିବାବେଳେ ଗାଁର ବିଶ୍ବଜିତ୍ ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରକୁ ଡାକିନେଇଥିଲେ। ସେଠାରେ ଏକ କବାଟ କାଠ ଧଡାରେ ପିଟିଥିଲେ । ପରେ ଏକ କଟୁରିରେ ମୁଣ୍ଡକୁ ହାଣି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଶିବଙ୍କର ମୃତ୍ୟୁ ଘଟିଥିଲା । ପରେ ଗାଁ ଦାଣ୍ଡରେ ପକାଇ ଦେଇଥିଲା । ପରେ ଖବର ପାଇଁ ବେଗୁନିଆ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ,ଏସଡିପିଓ ଦିଲ୍ଲୀପ କୁମାର ଦାସ, ଏସପି ଯୁଗଳ କିଶୋର ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି । ଅଭିଯୁକ୍ତ ବିଶ୍ୱଜିତକୁ ପୁଲିସ୍ ଅଟକ ରଖି ଅଧିକ ପଚରାଉଚରା କରୁଛି।
Comments are closed.