www.samajalive.in
Sunday, December 7, 2025
23.1 C
Bhubaneswar

ଇବ୍ ନଦୀରୁ ମିଳିଲା ୩ଜଣଙ୍କ ମୃତଦେହ

ସୁନ୍ଦରଗଡ : ସୁନ୍ଦରଗଡ ଇବ୍ ନଦୀରେ ଭାସିଯାଇଥିବା ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ମହମ୍ମଦ ଫରହାନ,  ମହମ୍ମଦ ରିଜୱାନ ଏବଂ କାକା ମହମ୍ମଦ ସାଜିଦ। ଶନିବାର ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରୁ ଏମାନେ ପରିବାର ସହ ଭୋଜି କରିବାକୁ ଆସିଥିଲେ। ଖାଇସାରି ନଦୀରେ ଗାଧୋଇବାବେଳେ ନଦୀରେ ବୁଡି ଯାଇଥିଲେ। ଶନିବାର ଦିନ ସାରା ଖୋଜାଖୋଜି କରିବା ପରେ ରବିବାର ସକାଳୁ ଦୁଇ ଜଣଙ୍କର ମୃତଦେହ ମିଳିଥିଲା। ତାର କିଛି ସମୟ ପରେ ସ୍ଥାନୀୟ ବାସୀନ୍ଦାଙ୍କ ମାନେ ସମ୍ପର୍କୀୟ କାକା ମହମ୍ମଦ ସାଜିଦଙ୍କର ମୃତଦେହ ଉଦ୍ଧାର କରିଥିଲେ।  ଯେହେତୁ ଏହି ଅଞ୍ଚଳରେ ଅନେକ ବାର ଚୋରାବାଲିରେ ଫଶି ଜୀବନ ଯାଉଛି । ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories