www.samajalive.in
Sunday, December 14, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ଆସିଲେ ୧୦ଟି ଗାଁର ନାଁ ପଚାରିବେ- ପ୍ରଧାନମନ୍ତ୍ରୀ

ବଲାଙ୍ଗୀର: ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର। ୧୦ଜୁନରେ ଓଡ଼ିଶାରେ ବିଜେପି ସରକାର ଗଢିବ, ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀ ହେବେ। ୪ ଜୁନ୍‌‌ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌‌। ବଲାଙ୍ଗୀରରେ ଲୋକଙ୍କ ଉତ୍ସାହ ଦେଖି ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ମୋଦୀ କହିଛନ୍ତି। ଓଡ଼ିଶା ଧନୀ ରାଜ୍ୟ, ହେଲେ ଏଠାକାର ଲୋକେ ଗରିବ କାହିଁକି। ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରି ଓଡ଼ିଆ ଅସ୍ମିତା କଥା ଉଠାଇଲେ ପ୍ରଧାନମନ୍ତ୍ରୀ। ଓଡ଼ିଆ ଅସ୍ମିତା ସଙ୍କଟରେ ଅଛି। ଓଡ଼ିଆ ଲୋକ ବହୁତ ସ୍ୱାଭିମାନୀ, ସେମାନେ କେବେ ବି ଅନ୍ୟାୟ ଆଗରେ ମୁଣ୍ଡ ନୁଆଁନ୍ତିନି। ଯେବେ ବି ଓଡ଼ିଶା ଆସେ ସେତେବେଳେ ମୁଁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଚନ୍ଦ୍ରଶେଖର ବେହେରା, ଉତ୍କଳମଣି ଗୋପବନ୍ଧୁ ଦାସ, ବାଜିରାଉତ, ହରେକୃଷ୍ଣ ମହତାବ, ବିଜୁ ବାବୁଙ୍କୁ ସ୍ମରଣ କରେ। ଏମାନେ ସମସ୍ତେ ଓଡ଼ିଶା ସିଦ୍ଧାନ୍ତ ଓ ଅସ୍ମିତା ସହ କେବେ ସାଲିସ କରିନଥିଲେ। ହେଲେ ସେମାନେ ଆଜି ଓଡ଼ିଶାର ସ୍ଥିତି ଦେଖି କଣ ଭାବୁଥିବେ।
ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ଏବେ ଆପଣଙ୍କ ଅଂଚଳକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ଆସିଛନ୍ତି। ତାଙ୍କୁ ବାଜା ବଜାଇ ବିଦାୟ ଦିଅନ୍ତୁ। ଯଦି ନବୀନ ବାବୁ ଏଠାକୁ ନିର୍ବାଚନ ପ୍ରଚାରରେ ଆସନ୍ତି ତାଙ୍କୁ ଯଦି ଆପଣମାନେ ଭେଟିବେ ତେବେ ବିନା କାଗଜରେ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ। ସେ କେବେ ବି ୧୦ଟି ଗାଁର ନାଁ କହିପାରିବେ ନାହିଁ। ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଯେଉଁଠିକୁ ନିର୍ବାଚନ ଲଢିବାକୁ ଆସିଛନ୍ତି ସେଠାକାର ଗାଁ ନାଁ କରିପାରୁନାହାଁନ୍ତି। ସେ ଲୋକଙ୍କ ଦୁଃଖ ବୁଝିବେ କଣ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories