www.samajalive.in
Saturday, December 6, 2025
15.1 C
Bhubaneswar

ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମୋଦୀଙ୍କ ଟାର୍ଗେଟ

ଫୁଲବାଣୀ: ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାହିଁକି ରତ୍ନଭଣ୍ଡାର ଚାବି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାୟନ ୪୫ବର୍ଷ ତଳେ ହୋଇଥିଲା। ଗତ ୪୦ବର୍ଷ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଚାବି ଗତ ୬ବର୍ଷ ହେଲାଣୀ ମିଳୁନି। ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାଁନ୍ତି ରାଜ୍ୟ ସରକାର। ଚାବି ଗଲା କୁଆଡେ, କାହା ପାଖକୁ ଗଲା, ଡୁପ୍ଲିକେଟ ଚାବି କେଉଁଠୁ ଆସିଲା ଏସବୁ ସମ୍ପର୍କରେ ଲୋକଙ୍କର ଜାଣିବାର ଅଧିକାର ଅଛି। ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ତିଆରି କରିବା ଗମ୍ଭୀର ବିଷୟ। ଏସମ୍ପର୍କରେ କମିଶନ ବସିଲା, ହେଲେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ରାଜ୍ୟ ସରକାର ଏସମ୍ପର୍କରେ କାହିଁକି ଚୁପ୍‌‌। କାହା ପାପ ଘୋଡାଇବାକୁ ପ୍ରୟାସ କରାଯାଉଛି। ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories