ନିଖୋଜ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର କଲା ପୁଲିସ, ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମାରା ଗାଁର ୭୦ ବର୍ଷୀୟ ବୃଦ୍ଧ ଧୁବଲ ରଣା ଗତ ଫେବୃଆରୀ ମାସ ୨୧ ତାରିଖରୁ ଘରୁ ନିଖୋଜ ଥିଲେ । ପୁଲିସ ନିଖୋଜ ରିପୋର୍ଟକୁ ଭିତ୍ତି କରି ୩ଟି ଟିମ ଗଠନ କରି ସନ୍ଧାନୀ କୁକୁର ସାହାଯ୍ୟରେ ତନାଘନା ଚଳାଇଥିଲା । ଏବେ ତାଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଏକ ସରକାରୀ ଜମିକୁ ନେଇ ସେହି ଗାଁର ପରମେଶ୍ୱର ମହାକୁଡ଼ ସହ ତାଙ୍କର ପୂର୍ବ ଶତ୍ରୁତା ରହିଥିଲା । ଦିନେ ତାଙ୍କୁ ଅପହରଣ କରିବା ପରେ ହତ୍ୟା କରି ମାଟିତଳେ ପୋତିଦେଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ।  ଆଜି ୧୪ ଦିନ ପରେ ମୃତଦେହ ପାଇବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ପଚରାଉଚରାରେ ଅଭିଯୁକ୍ତ ପରମେଶ୍ବର ସବୁ ମାନିଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଗୌରାଙ୍ଗ ଚରଣ ସାହୁ ।

Comments are closed.