ଇମ୍ଫାରେ ଜାତୀୟ ସୁରକ୍ଷା ଦିବସ

ଚୌଦ୍ୱାର : ସ୍ଥାନୀୟ ଇମ୍ଫା କାରଖାନାରେ ୫୩ ତମ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇଯାଇଛି   । ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ କଟକ ଜୋନ୍‌-୧ର ଉପ ନିର୍ଦ୍ଦେଶକ ସୁଧାଂଶୁ ଶେଖର ସାହୁ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ  କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନେ ସତର୍କତା ଅବଲମ୍ବନ କରିବା ଓ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କଲେ ନିଜେ ସୁରକ୍ଷିତ ରହିବା ସହିତ କାରଖାନାକୁ ସୁରକ୍ଷିତ ରଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ  । ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନଙ୍କୁ ସେ ସୁରକ୍ଷା ଶପଥପାଠ କରାଇଥିଲେ  । ଇମ୍ଫାର ଉପସଭାପତି ବିନୟ କୁମାର ଅଗ୍ରୱାଲ ଶିଳ୍ପ ସୁରକ୍ଷା ସମ୍ପର୍କରେ ଆଲୋଚନା କରି ସମସ୍ତେ ସତର୍କତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ  । ମାନବ ସମ୍ବଳ ମୁଖ୍ୟ ଜି. ସାରଦା ପ୍ରସାଦ ରାଓ ଧନ୍ୟବାଦ ଅର୍ପଣ କରିଥିଲେ  । ସୁରକ୍ଷା ମୁଖ୍ୟ ଶଶାଂକ ଶେଖର ସୁବୁଦ୍ଧିରାୟଙ୍କ ନେତୃତ୍ୱରେ ବିଭାଗୀୟ ସମସ୍ତ କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

 

Comments are closed.