ଗାଁକୁ ଆସି ଫସିଲା କଲରାପତରିଆ, ଭିଡିଓ ଭାଇରାଲ

ମୁମ୍ବାଇ : ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଏକ ଗାଁକୁ ଗୋଟିଏ କଲରାପତରିଆ ପଶି ଆସି ଫସିଯିବା ଭଳି ଘଟଣା ସାମ୍ନାକୁ ଆସିଛି । ସମ୍ପୂର୍ଣ୍ଣ ଘଟଣାଟି କିଛି ଏମିତି । କଲରାପତରିଆ ଏକ ଗାଁକୁ ଖାଦ୍ୟ ପାଇଁ ପଶିଆସିବା ପରେ ଏକ ଗରାରେ ତା ମୁଣ୍ଡ ଭର୍ତ୍ତି ହୋଇଯାଇଥିଲା । ଏହା ପରେ ପ୍ରାୟ ୫ ଘଣ୍ଟା ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲା । ଏହି  ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ବନ ବିଭାଗ ଏହି ଭିଡିଓ ପୋଷ୍ଟ କରିଛି । ଏଥିରେ ନଜର ଆସୁଛି କି ବାଘଟି ନିଜକୁ ରକ୍ଷା କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରୁଛି କିନ୍ତୁ ସଫଳ ହୋଇପାରୁନି । ତେବେ ବନ ବିଭାଗ ବାଘଟି ହଇରାଣ ହେଉଥିବା ଖବର ପାଇଁ ଗାଁକୁ ଯାଇ ତାକୁ ଉଦ୍ଧାର କରିଥିଲା । ତେବେ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

Comments are closed.