www.samajalive.in
Sunday, December 7, 2025
26.1 C
Bhubaneswar

ରାଫେଲ୍‌ ଚୁକ୍ତିକୁ ନେଇ ଅମିତ ଶାହଙ୍କ ପ୍ରଶ୍ନ – କ’ଣ କମିଶନ ପାଇଁ କଂଗ୍ରେସ ଏହି ଚୁକ୍ତିକୁ ରୋକିଥିଲା !

ନୂଆଦିଲ୍ଲୀ . – ରାଫେଲ୍‌ ଚୁକ୍ତିକୁ ନେଇ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ମାମଲାରେ ରାୟ ଆସିବା ପରେ ଏବେ ଭାରତୀୟ ଜନତା ପାର୍ଟି ବିରୋଧଙ୍କ ଉପରେ ପ୍ରଶ୍ନ ବାଣରେ ଆକ୍ରମଣ କରିବା ଆରମ୍ଭ କରିଛି ।  ଭାଜାପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ଅପରାହ୍ନରେ ଏ ବିଷୟକୁ ନେଇ ଏକ ସାମ୍ବିଦିକ ସମ୍ମିଳନୀ ଡକାଇ ଥିଲେ । ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଦେଶକୁ ଭୁଲ ତଥ୍ୟ ଦେଇଥିବା କଥା ଶାହ ଅଭିଯୋଗ କରିଛନ୍ତି । ଦେଶବାସୀଙ୍କୁ ରାହୁଲ କ୍ଷମା ମାଗିବା ଉଚିତ୍‌ ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟରେ ସତ୍ୟର ବିଜୟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀ ନିଜ ଦଳକୁ ଫାଇଦା ଦେବା ପାଇଁ ମିଛର ରାଜନୀତି ଆରମ୍ଭ କରିଛନ୍ତି ବୋଲି ଅମିତ ଶାହା ପ୍ରକାଶ କରିଛନ୍ତି । ଏହି ମାମଲାରେ ଯେଉଁ ସବୁ ପ୍ରସଙ୍ଗରେ ମାମଲା ରୁଜୁ ହୋଇଥିଲା  ସୁପ୍ରିମକୋର୍ଟ ଏଥିରେ ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବା କଥା ଶାହ ସୂଚନା ଦେଇଛନ୍ତି ।

ଅମିତ ଶାହ କହିଛନ୍ତି ବାୟୁସେନା ୨୦୦୧ରେ ଯୁଦ୍ଧ ବିମାନ ଆବଶ୍ୟକତା ଥିବା କଥା ପ୍ରକାଶ କରିଥିଲା । ୨୦୦୪ରେ ବିମାନ କିଣିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର୨୦୦୭ରୁ ୨୦୧୪ ପର୍ୟ୍ୟନ୍ତ କଂଗ୍ରେସ ସରକାର ଶାସନରେ ରହି ମଧ୍ୟ କୌଣସି ନିଷ୍ପତି ନେଇ ପାରିଲା ନାହିଁ । କଂଗ୍ରେସ କ’ଣ କମିଶନ ପାଇଁ କୌଣସି ନିଷ୍ପତି ନେଇ ପାରିଲା ନାହିଁ ବୋଲି ଅମିତ ଶାହ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

- Advertisement -

ନିର୍ବାଚନ ରାଲି ରେ ରାହୁଲ ଗାନ୍ଧୀ  ରାଜିନାମାକୁ ନେଇ ପ୍ରଶ୍ନ କରୁଥିଲେ କଂଗ୍ରେସ ସରକାର ସମୟରେ ୧୦ ବର୍ଷ ମଧ୍ୟରେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅମିତ ଶାହ ଅଭିଯୋଗ କରିଛନ୍ତି । ସବୁ ଚୋର ଏକାଠି ହୋଇ ଜଗୁଆଳୀକୁ ଚୋର ବୋଲି କହିଲେ ସାଧାରଣ ଜନତା ଏହାକୁ ମାନିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories