ବିଜେଡି ଛାଡ଼ିଲେ ସାଧୁ ନେପାକ
ବରଗଡ଼: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ବରଗଡ଼ ପୂର୍ବତନ ବିଧାୟକ ସାଧୁ ନେପାକ ଇସ୍ତଫାପତ୍ର ପଠାଇଛନ୍ତି। ୨୦୦୯ରେ ବରଗଡ଼ ବିଧାୟକ ନିର୍ବାଚିତ ହୋଇଥିଲେ ସାଧୁ ନେପାକ।ମୁଁ ଅନୁଭବ କରୁଛି ଯେ ଦଳ ଆଉ ମୋତେ ଆବଶ୍ୟକ କରୁନାହିଁ କିମ୍ବା ଅବଦାନକୁ ସ୍ବୀକୃତି ଦେବା ନାହିଁ ପ୍ରସ୍ତୁତ ନୁହେଁ ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ବର୍ତ୍ତମାନ ସେ କେଉଁ ଦଳରେ ସାମିଲ ହେବେ ତାହାର ସୂଚନା ଦେଇନାହାନ୍ତି।
Dear Shree @Naveen_Odisha Sir plz find my resignation from State Planning Board as member & from the primary membership of @bjd_odisha. @CMO_Odisha @nabina_odisha @pranabpdas @SusantaSingh11 pic.twitter.com/pcDSBxeAvd
— Sadhu Nepak (@SadhuNepak) May 11, 2024
Comments are closed.