www.samajalive.in
Saturday, December 6, 2025
23.1 C
Bhubaneswar

ଅକ୍ଷୟ ତୃତୀୟାରେ ରାଜ୍ୟରେ ୨୦୦କୋଟିରୁ ଅଧିକ ଟଙ୍କାର ଗହଣା ବେପାର

ଭୁବନେଶ୍ବର : ଅକ୍ଷୟ ତୃତୀୟାରେ ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ ଗହଣା ବିକ୍ରି ହୋଇଥିବା ଜଣାପଡିଛି। ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ ଜମିଥିଲା। ଏହି ଦିନ ଘରକୁ ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ ଗହଣା କିଣି ଘରକୁ ଆଣିଲେ ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି। ଉଚ୍ଚା ଦର ସତ୍ତ୍ବେ ଭଲ ବ୍ୟବସାୟ ହୋଇଥିବା କୁହାଯାଉଛି। ଗତବର୍ଷ ସାରା ରାଜ୍ୟରେ ୧୮୦କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେପାର ହୋଇଥିବା ବେଳେ ଚଳିତ ବର୍ଷ ବଜାର ଏବଂ ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସ୍ବାଭାବିକ ଥିବାରୁ ପ୍ରାୟ ୩୦ ପ୍ରତିଶତ ବ୍ୟବସାୟ ବୃଦ୍ଧି ପାଇଛି। ଏହି ତିଥିରେ ସୁନା କିଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଏଣୁ ଜୁଏଲାରୀ ଓ ସୁନା ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗଢା ମଜୁରି ଉପରେ ରିଆତି ଓ ବିଭିନ୍ନ ଉପହାର ଘୋଷଣା କରାଯାଇଥିଲା। ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀ ଲାଲଚାନ୍ଦ ଜୁଏଲାରୀ, ତନିସ୍କ, ଜୟ ଲୋକାସ୍‌, ମାଲବାର ଗ୍ଲୋଲଡ, ଜାଭେରି ଜେମ୍ସ ଜୁଏଲାରୀ, ସ୍ମାଇଲ ଗ୍ଲୋଲଡ ଜୁଏଲାରୀ, ଲୋକନାଥ ଜୁଏଲାରୀ, ରିତା ଜୁଏଲାରୀ ଏବଂ ଖିମଜୀ ଆଦି ନାମୀଦାମୀ ଜୁଏଲାରୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ପ୍ରସ୍ତାବ ଦିଆଯାଇଥିଲା। ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ ତାହାର ଏକ ବଡ଼ ଭାଗ ଅକ୍ଷୟ ତୃତୀୟାରେ ବିକ୍ରି ହୋଇଥାଏ। ରାଜ୍ୟର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରରେ ସର୍ବାଧିକ କାରବାର ହୋଇଛି। ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳରେ ଥିବା ସମସ୍ତ ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନରେ ବ୍ୟବସାୟ ଜମିଛି। ମାଲବାର ଗ୍ଲୋଲ୍ଡ ମାଲିକ ସିଦ୍ଧେଶ୍ବର ରଥ କହିଛନ୍ତି, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବେପାର ହୋଇଛି। ପ୍ରାୟ ୨୫ରୁ ୩୦% ବ୍ୟବସାୟ ଅଧିକ ରହିଛି।  ଖିମଜୀ ଜୁଏଲାରୀରେ ଗତବର୍ଷ ଅପେକ୍ଷା ୧୦ରୁ ୧୪% କାରବାର ବୃଦ୍ଧି ପାଇଛି। ସୁନା, ରୁପା ଏବଂ ହୀରା ଅଳଙ୍କାର କାରବାର ହୋଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଲୋଭନୀୟ ରିଆତି ଦିଆଯିବା ବ୍ୟବସ୍ଥା ଥିଲା। ଓଡ଼ିଶାର ୮ଟି ଜୁଏଲାରୀରେ ଭଲ କାରବାର ହୋଇଥିବା ଖିମଜୀର ନିର୍ଦେଶକ ମିତେଶ ଖିମଜୀ କହିଛନ୍ତି। ଲାଲଚାନ୍ଦ ଜୁଏଲାରୀ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗତବର୍ଷ ଅକ୍ଷୟ ତୃତୀୟା ଅପେକ୍ଷା ଚଳିତ ବର୍ଷ ଭଲ ବ୍ୟବସାୟ ହୋଇଛି; କିନ୍ତୁ ମାଷ୍ଟରକ୍ୟାଣ୍ଟିନ ଜୁଏଲାରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ ଯୋଗୁଁ ଅପରାହ୍ଣରୁ ବ୍ୟବସାୟ ପ୍ରଭାବିତ ହୋଇଥିଲା। କଟକ, ପଟିଆ ଏବଂ ବ୍ରହ୍ମପୁର ଜୁଏଲାରୀରେ ଭଲ ବ୍ୟବସାୟ ହୋଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories