www.samajalive.in
Monday, December 15, 2025
24.1 C
Bhubaneswar

୪ ଜୁନରେ ବନ୍ଦ ହୋଇଯିବ ଗୁଗଲ ପେ

ନୂଆଦିଲ୍ଲୀ : ଟେକ୍ କମ୍ପାନୀ ଗୁଗଲ ଅନଲାଇନ୍ ଟଙ୍କା ନେଣଦେଣ ପାଇଁ ବ୍ୟବହାର କରୁଥିବା ନିଜ ପୈଠ ଆପ୍ GPay ବନ୍ଦ କରିବାକୁ ଘୋଷଣା କରିଛି । ଗୁଗଲର ଏହି ପୈଠ ଆପ୍ ଆମେରିକାରେ ୪ ଜୁନ୍ ୨୦୨୪ରେ ବନ୍ଦ ହୋଇଯିବ ।  ୨୦୨୨ରେ ଆଣିଥିବା ଗୁଗଲ ଓ୍ବାଲେଟ ଆପକୁ ପ୍ରୋତ୍ସାହନ ଦେବା ପାଇଁ ଏମିତି ନିଷ୍ପତ୍ତି ନେଇଛି ଗୁଗଲ ।

ଗୁଗଲ ପେ ବନ୍ଦ ହେବା ନେଇ ଭାରତୀୟ ଉପଭୋକ୍ତା ଚିନ୍ତା କରିବା ଆବଶ୍ୟକର ନାହିଁ । କାରଣ ଏହା କେବଳ ଆମେରିକାରେ ବନ୍ଦ ହେବ । ୪ ଜୁନ୍ ପରଠୁ ଏହି ଆପ୍ କେବଳ ଭାରତ ଏବଂ ସିଙ୍ଗାପୁରରେ ହିଁ କାମ କରିବ । କମ୍ପାନୀର ସୂଚନା ଅନୁସାରେ ସମସ୍ତ ଉପଭୋକ୍ତାଙ୍କୁ ଗୁଗଲ ଓ୍ବାଲେଟକୁ ଟ୍ରାନ୍ସଫର କରିଦିଆଯିବ । ଆମେରିକାରେ ଗୁଗଲ ଓ୍ବାଲେଟର ବ୍ୟବହାର ଗୁଗଲ ପେଠୁ ୫ ଗୁଣା ଅଧିକ । ଗୁଗଲର କହିବାନୁସାରେ ସେ ଉପଭୋକ୍ତାଙ୍କୁ ସଠିକ୍ ସମୟରେ ଏହାର ଅପଡେଟ୍ ମଧ୍ୟ ଦେବ । ୟୁଜର୍ସ ନିଜ ଗୁଗଲ ପେ ବାଲାନ୍ସକୁ ନିଜ ଆକାଉଣ୍ଟରେ ୪ ଜୁନ୍ ୨୦୨୪ ପରେ ମଧ୍ୟ ସ୍ଥାନାନ୍ତର କରିପାରିବେ ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories