www.samajalive.in
Monday, December 15, 2025
24.1 C
Bhubaneswar

ଜଙ୍ଗଲରେ ପୁଲିସର ଚଢଉ, ୪୦୮ କିଲୋ ଗଞ୍ଜେଇ ଜବତ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ଡିମିରିଖୋଲ ଜଙ୍ଗଲରେ ଚାଲାଣ ପାଇଁ ପ୍ୟାକିଂ କରାଯାଉଥିବାବେଳେ ବୌଦ୍ଧ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଡିମିରିଖୋଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚାଲାଣ ପାଇଁ ଗଞ୍ଜେଇ ପ୍ୟାକିଂ କରାଯାଉଥିବା ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ପୁଲିସର ଏକ ଟିମ୍ ଚଢାଉ କରିଥିଲା । ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିବାବେଳେ ସେହି ସ୍ଥାନରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରାଯାଇଥିଲା ।

ଜବତ ହୋଇଥିବା ଗଞ୍ଜେଇ ୪୦୮ କିଲୋ ବୋଲି ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ଏନେଇ ବୌଦ୍ଧ ଥାନା କେସ ନମ୍ୱର୍ ୮୬/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।  ପ୍ରକାଶ ଥାଉକି ଦୁଇଦିନ ପୂର୍ବରୁ ବୌଦ୍ଧ ଥାନା ପକ୍ଷରୁ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା । କେବଳ ପୁଲିସ ପକ୍ଷରୁ ଚଳିତ ବର୍ଷ ୨ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା କୁହାଯାଉଥିବାବେଳେ ପୁନର୍ବାର ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ଚାଷ ନଷ୍ଟ ରେକର୍ଡକୁ ନେଇ ସନ୍ଦେହ ସୃଷ୍ଟି କରୁଛି ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories