www.samajalive.in
Monday, December 15, 2025
16.1 C
Bhubaneswar

ଭିଡିଓ କନଫରେନ୍ସ ମାଧ୍ୟମରେ ଚକୁଲିଫ।ର୍ମ ରେଲୱେ ଅଣ୍ଡରପାସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ  

ରେଙ୍ଗାଲିକ୍ୟାମ୍ପ: କେନ୍ଦ୍ର ସରକାର ଙ୍କ ଅମୃତ ଭାରତ ଷ୍ଟେସନ ଯୋଜନା ରେ  ଅନ୍ତର୍ଭୁକ୍ତ କରି ଅତାବିରା ବ୍ଳକ ଗୋଡଭଗା ପଞ୍ଚାୟତ ଅନ୍ତର୍ଗତ ଚକୁଳିଫାର୍ମ ଦେଇ ଯାଇଥିବା ପୂର୍ବତଟ ରେଳପଥରେ ୩ କୋଟି ୨୮ ଲକ୍ଷ  ବ୍ୟୟ ଅଟକଳ ମୂଲ୍ୟରେ ରେଲୱେ ଅଣ୍ଡରପାସ ନିର୍ମାଣ କରିବା ପାଇଁ ଆଜି  ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ସମ୍ବଲପୁର ରେଲୱେ ବିଭାଗର ସିନିୟର ଡିଭିଜନାଲ ଇଂଜିନିୟର ସେଣ୍ଟ୍ରାଲ ଏମ ଶ୍ରୀନିବାସ ରାଓଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ମଞ୍ଜୁଲତା ସେଟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମରେ ୨୩୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶାରେ ଆଜି ଏହିପରି ୨୧ ଟି ଷ୍ଟେସନ ଓ ୫୨ ଟି ରୋଡ ଓଭର ବ୍ରିଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଆଧୁନିକ  ସଂଯୋଗ କୁ ସୁନିଶ୍ଚିତ କରିବା ପାଇଁ  ଦେଶରେ ରେଳପଥ ର ବିକାଶ ଓ ସୁରକ୍ଷିତ ଯାତାୟାତ  ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି ମାନ୍ୟବର ପ୍ରଧାନ ମୋଦି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଏହି ଅବସରରେ ନିକଟରେ ଥିବା କୋଶଳ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।ରେଲୱେ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।ଏହାଦ୍ବାରା ଉପକୃତ ହେଉଥିବା ଅଞ୍ଚଳର ଜନସାଧାରଣ ,ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories