www.samajalive.in
Sunday, December 14, 2025
17.1 C
Bhubaneswar

ଗୋଟିଏ ଦିନରେ ୨ କଇଁଛ ମୃତ

ଗୋପାଳପୁର : କଇଁଛଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଥିବାରୁ ଗତ କିଛି ଦିନ ହେଲା କଇଁଛ ଗୋପାଳପୁର ବେଳାଭୂମି ସମେତ ଆଖପାଖ ବେଳାଭୂମିକୁ ଆସି ଅଣ୍ଡା ଦେଇ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହା ସହ କେତକ କଇଁଛଙ୍କ ମୃତଦେହ ମଧ୍ୟ ବେଳାଭୂମିରେ ପଡୁଥିବା ଦେଖିବାକୁ ମିଳିଛି। ଚଳିତ ମାସ ୨୨ ତାରିଖରେ ଦୁଇଟି ଅଲିଭ୍ ରିଡଲେ କଇଁଛ ଗୋପାଳପୁର ବେଳାଭୂମିର କୂଳକୁ ଆସି ଅଣ୍ଡା ଦେଇଥିଲେ । ଗୋଟିଏ ୧୩୦ ଟି ଅଣ୍ଡା ଓ ଅନ୍ୟଟି ୧୦୧ ଅଣ୍ଡା ଦେଇ ଚାଲି ଯାଇଥିଲେ । ଏହି ଅଣ୍ଡା ଗୁଡ଼ିକୁ ବନବିଭାଗ କର୍ମଚାରୀ ସଂଗ୍ରହ କରି ସୁରକ୍ଷିତ ଜାଗାକୁ ନେଇ ଯାଇଥିଲେ । ଆଜି ସକାଳେ ଏକ ଅଲିଭ୍ ରିଡଲେ କଇଁଛର ମୃତଦେହ ବେଳାଭୂମିରେ ପଡ଼ିଥିବାବେଳେ ଅନ୍ୟ ଏକ ଅଲିଭ୍ ରିଡଲେ କଇଁଛର ମୃତଦେହ ଅପରାହ୍ନରେ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ଜଣା ପଡିବା ପରେ ଦୁଇଟି ଅଲିଭ୍ ରିଡଲେ ମୃତଦେହକୁ ବନବିଭାଗ କର୍ମଚାରୀ ବାଲିରେ ପୋତି ଦେଇଥିଲେ । ତେବେ କେଉଁ କାରଣ ଯୋଗୁଁ କଇଁଛଙ୍କ  ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories