www.samajalive.in
Wednesday, December 10, 2025
16.1 C
Bhubaneswar

ଶୀତଦିନେ ସ୍ବାସ୍ଥ୍ୟର ଯତ୍ନ

ଶୀତଦିନେ ସ୍ବାସ୍ଥ୍ୟର ଠିକ ଭାବେ ଯତ୍ନ ନେବା ଉଚିତ। ଏହି ଦିନରେ ନିଜ ସ୍ବାସ୍ଥ୍ୟର ଯତ୍ନ ଠିକ ଭାବେ ନ ନେବା ଦ୍ବାରା ଶରୀର ଖରାପ ହୋଇଥାଏ। ଶୀତଦିନେ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ମସଲାଯୁକ୍ତ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ହଜମ ପ୍ରକ୍ରିୟା ଠିକ ଭାବେ ନ ହେବା ଦ୍ବାରା ତାହା ଆମ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଶୀତଦିନେ ସ୍ବାସ୍ଥ୍ରର ଠିକ ଭାବେ ଯତ୍ନ ନେବା ଉଚିତ।

ଶୀତଦିନେ ରକ୍ତ ଶର୍କରା ଓ କୋଲେଷ୍ଟ୍ରୋଲ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ଅଧିକ ତେଲ, ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଶୀତଦିନେ ଏହା ହଜମ ହେବାରେ ଅଧିକ ସମୟ ଲାଗିଥାଏ। ଶୀତଦିନେ କମ୍‌ ପରିମାଣରେ ଲୁଣ ଖାଆନ୍ତୁ। ଅଧିକ ଲୁଣ ସେବନ କରିବା ଦ୍ବାରା ହୃଦଘାତ ସମସ୍ୟା ଦେଖା ଦେଇଥାଏ।

- Advertisement -

ଶାଗୁ ଦାନା, ଦଲିୟା ଖାଇବା ଦ୍ବାରା ଆମ ଶରୀର ସୁସ୍ଥ ରହିଥାଏ। ଏହା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ତେଲରେ ପ୍ରସ୍ତୁତ ହୋଇଥିବା ଏବଂ ଛଣା ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଶୀତଦିନେ ଫଳ ଓ ପନିପରିବା ଭରପୂର ମାତ୍ରାରେ ସେବନ କରନ୍ତୁ। ଏଥିରେ ଥିବା ଭିଟାମିନ ଓ ମିନେରାଲ୍ସ ଶରୀରକୁ ରୋଗ ସହ ଲଢିବାକୁ ଶକ୍ତି ଯୋଗାଇଥାଏ।

ସକାଳର ଜଳଖିଆ ଆମକୁ ଶକ୍ତି ଯୋଗାଇ ଥାଏ। ଜଳଖିଆରେ ପାଉରୁଟି, ଅଣ୍ଡା, ଉପମା, ଦୋସା ଇତ୍ୟାଦି ଖାଇବା ଲାଭଦାୟକ ହୋଇଥାଏ। ସକାଳେ ଏକ ଗ୍ଲାସ କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରକ ଅଟେ।

ଶୀତଦିନେ ଭାତ ଖାଇବା ଉଚିତ। ଏହା ଶରୀରକୁ ସଠିକ ମାତ୍ରାରେ ଭିଟାମିନ ଯୋଗାଇ ଥାଏ। ଏହି ଦିନରେ ସେଓ ଖାଇବା ମଧ୍ୟ ଉତ୍ତମ ଅଟେ। ସେଓରେ ଭିଟାମିନ, ଫାଇବର ଓ କ୍ୟାଲସିୟମ ରହିଥାଏ। ଏହା ଶରୀରରେ ଜଳର ଅଭାବକୁ ପୂରଣ କରିଥାଏ।

 

 

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories