ଭୁବନେଶ୍ଵର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି। ପେଟ୍ରୋଲିୟମ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯୋଗାଇ ଦେବା ନେଇ ଚିଠି ଲେଖିଥିବା ଜଣାପଡିଛି। ଏହି ଚିଠିରେ ଅନେକ ପ୍ରକଳ୍ପକୁ ଜମି ମିଳିନଥିବା ଉଲ୍ଲେଖ ରହିଛି। ପେଟ୍ରୋଲିୟମ ମନ୍ତ୍ରାଳୟର ୪ଟି ପ୍ରକଳ୍ପକୁ ରାଜ୍ୟ ଜମି ଯୋଗାଉନାହିଁ ଏବଂ ତାୱାନାର ପିସିସି କର୍ପୋରେସନକୁ ଆବଶ୍ୟକ ସୁବିଧା ଦିଆଯାଉନାହିଁ ବୋଲି ଧର୍ମେନ୍ଦ୍ର ଏଥିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସଂପୃକ୍ତ ବିଭାଗକୁ ସହଯୋଗ ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି।
Popular Categories



