www.samajalive.in
Monday, December 15, 2025
24.1 C
Bhubaneswar

ବୌଦ୍ଧ ପୁଲିସ ପକ୍ଷରୁ ବିପୁଳ ଗଂଜେଇ ଜବତ, ୨ ଗିରଫ 

ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗଂଜେଇ ଜବତ କରାଯାଇଛି। ସୂଚନା ମୁତାବକ ବୌଦ୍ଧ ପୁଲିସ ପେଟ୍ରୋଲିଂ ସମୟରେ ବିଭିନ୍ନ ସ୍ଥାନରୁ ୧୫୩୫ କିଲୋ ଗଂଜେଇ ଜବତ କରିଛି। ମାମଲାରେ ଗୋଟିଏ ଟ୍ରକ, ଗୋଟିଏ କାର , ଗୋଟିଏ ବାଇକ୍ ସହ ଦୁଇଗୋଟି ମୋବାଇଲ ଓ ୧୮ ହଜାର ନଗଦ ଟଙ୍କା ଜବତ କରାଯାଇଛି। ଜିଲା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ବୌଦ୍ଧ ପୁଲିସ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ପାଟ୍ରୋଲିଂ କରୁଥିବା ସମୟରେ ଆମ୍ବଝରୀ ନିକଟରୁ ୨୭୦ କିଲୋ, ଗୋଛାପଡା ନିକଟରୁ ୪୫୦ କିଲୋ ଓ ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ ୩୦୫ କିଲୋ ଗଂଜେଇ ଜବତ କରିଛି। ମହାନଦୀ ବ୍ରିଜଛକ ନିକଟରୁ ମହାରାଷ୍ଟ୍ର ଯାଉଥିବା ଗୋଟିଏ ଟ୍ରକକୁ ଯାଞ୍ଚ କରାଯିବାପରେ ସେଥିରୁ ୩୦୫ କିଲୋ ଗଂଜେଇ ଜବତ କରାଯିବା ସହିତ ଡ୍ରାଇଭର ଆଜାଦ ଖାନ ଓ ହେଲପର ସିଦ୍ଧିନାଥ ରାମ ମିଲନ ଯାଦବକୁ ଗିରଫ କରିଛି। ପୁଲିସ ପକ୍ଷରୁ ତିନୋଟି ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟ ଦୁଇ ମାମଲାରେ ଗଂଜେଇ ଚାଲାଣକାରୀ ଖସି ପଳାଇବାରେ ସଫଳ ହୋଇଛନ୍ତି। ତେବେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଗଂଜେଇ ଚାଲାଣ କାରବାର ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ଜିଲା ପୁଲିସ ପକ୍ଷରୁ ୨ ହଜାର ଏକର ଗଂଜେଇ ଗଛ କଟାଯାଇଥିବା ସୂଚନା ଦିଆଯାଉଥିବାବେଳେ ଗଂଜେଇ ଚାଲାଣ ବୃଦ୍ଧି ସାଧାରଣରେ ସଂଶୟ ସୃଷ୍ଟି କରୁଅଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories