www.samajalive.in
Saturday, December 6, 2025
16.1 C
Bhubaneswar

ବୀର ସୁରେନ୍ଦ୍ର ସାଏ ଜନ୍ମ ପୀଠ ବିକାଶ ପ୍ରକଳ୍ପ: ସମୀକ୍ଷା କଲେ ଆର୍.ଡି.ସି

ରେଙ୍ଗାଲି : ପ୍ରଖ୍ୟାତ ସ୍ବାଧିନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଖିଣ୍ଡାରେ ଥିବା ଜନ୍ମ ପୀଠ ବିକାଶ ପ୍ରକଳ୍ପ କାମର ଅଗ୍ରଗତିର ସମୀକ୍ଷା ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀକାନ୍ତ ପୃଷ୍ଟି ଜନ୍ମ ପୀଠ ପରିଦର୍ଶନ କରିଛନ୍ତି। ଏହି ଅବସରରେ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଶୋକ ଲେଙ୍କା, ରେଙ୍ଗାଲି ତହସିଲଦାର ଲୋପାମୁଦ୍ରା ସାମଲ,ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ପରେଖ, ଠିକା ସଂସ୍ଥାର ପରିଚାଳକ ଯୋଗେଶ ଶର୍ମା ଉପସ୍ଥିତ ଥିଲେ। ଆରଡିସି ଶ୍ରୀ ପୃଷ୍ଟି ସୁରେନ୍ଦ୍ର ସାଏ ସ୍ମୃତି ସଂସଦର ସଭାପତି ତଥା ସୁରେନ୍ଦ୍ର ସାଏଙ୍କ ଦାୟାଦ ଲାଲ୍ ବିରେନ୍ଦ୍ର ପ୍ରତାପ ସାଏ,କାର୍ୟ୍ୟକାରୀ ସଭାପତି ପିତାମ୍ବର ବିଶ୍ବାଳ ପ୍ରମୁଖଙ୍କ ସହ ବିକାଶ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରିବା ସହ ବିକାଶ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଠିକା ସଂସ୍ଥାର ପରିଚାଳକଙ୍କୁ ନିଦ୍ଦେର୍ଶ ଦେଇଥିଲେ।
ସୂଚିତ ଯେ ପ୍ରକଳ୍ପ ପାଇଁ ହୋଇଥିବା ୧.୯୪୫ ଏକର ଜମି ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ୬ କୋଟି ୪୧ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ୫ଟି ଉପକ୍ରମରେ ଏହି ବିକାଶ ପ୍ରକଳ୍ପ ସମ୍ପନ୍ନ କରାଯାଇ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ,ସଂଗ୍ରହାଳୟ ଓ ପାଠାଗାର ପୁନରୁଦ୍ଧାର ସହ ସ୍ମୃତି ସଦନ ନିର୍ମାଣ କରାଯିବାର ଧାର୍ୟ୍ୟ ରହିଛି।ଏହାବ୍ୟତୀତ ସେଠାରେ ଥିବା ସଂଗ୍ରହାଳୟ ଓ ପାଠାଗାରର ପୁନରୁଦ୍ଧାର କରାଯିବ। ଲ୍ୟାଣ୍ଡ ସ୍କ୍ରାପିଂ କରାଯାଇ ଉଦ୍ୟାନର ବିକାଶ କରାଯିବା ସହିତ ସୁନ୍ଦର୍ ଭାବରେ ଆଲୋକୀକରଣ କରାଯିବ। ଏହା ସହିତ ସଭା ମଞ୍ଚ ଓ ସମାବେଶ ସ୍ଥଳର ଉନ୍ନତିକରଣ ମଧ୍ୟ କରାଯିବ।

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories