www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଥମ ଥର ମହାକାଶରେ ମିଳିଲା ଜଳର ସନ୍ଧାନ

ସମାଜ ଡିଜିଟାଲ ଡେସ୍କ: ମହାକାଶରେ ଦୁଇଟି ଉପଗ୍ରହରେ ମିଳିଛି ଜଳର ସନ୍ଧାନ । ନାସାର ବୈଜ୍ଞାନିକ ମାନେ ମହାକାଶରେ ଜଳର ସନ୍ଧାନ ପାଇଥିବା କୁହାଯାଇଛି । ମହାକାଶରେ ଗତି କରୁଥିବା ଏକ ଉପଗ୍ରହରେ ପ୍ରଥମ ଥର ପାଇଁ ଜଳ ଦେଖିବାକୁ ମିଳିଛି । ବୈଜ୍ଞାନିକ ମାନେ କହିଛନ୍ତି ଯେ ଏହି ଆବିଷ୍କାର ବ୍ରହ୍ମାଣ୍ଡର ବଡ ରହସ୍ୟ ଖୋଲିପାରେ । ପୃଥିବୀରେ ସର୍ବପ୍ରଥମେ ଜଳ କେଉଁଠିୁ ଆସିଲା ତାହା ମଧ୍ୟ ଏହା ଦ୍ୱାରା ଜଣାପଡିବ ।

ସ୍ପେସ୍‍ ଡଟ୍‍ କମ୍‍ ରିପୋର୍ଟ ଅନୁଯାୟୀ, ନାସାର ସ୍ପେସ୍‍ ଫ୍ଲାଇଙ୍ଗ ଲାବୋରେଟୋରୀ ଷ୍ଟ୍ରାଟୋସଫେରିକ୍‍ ଅବଜରଭେଟୋରୀ ଫର ଇନଫ୍ରାଡ୍‍ ଜ୍ୟୋର୍ତିବିଜ୍ଞାନ (ସୋଫିଆ)ରେ ଏହି ଅନୁସନ୍ଧାନ କରାଯାଇଥିଲା । ପ୍ଲାନେଟାରୀ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଯେଉଁ ଦୁଇଟି ଉପଗ୍ରହରେ ଜଳର ସନ୍ଧାନ ମିଳିଛି ତାହାର ନାମ ହେଉଛି ଆଇରିସ୍‍ ଓ ମତ୍ସାଲିୟା । ଚାରୋଟି ଉପଗ୍ରହରେ ଥିବା ସାମଗ୍ରୀକୁ ସୋଫିଆର ଟେଲିସ୍କୋପ ଏବଂ କ୍ୟାମେରା ବ୍ୟବହାର କରି ବୈଜ୍ଞାନକ ମାନେ ବିଶ୍ଲେଷଣ କରିଥିଲେ । ଚାରିଟିରେ ସିଲିକେଟ୍‍ ପ୍ରଚୁର ମାତ୍ରାରେ ଥିବା ଜଣାପଡିଥିଲା । କିନ୍ତୁ ଜଳ ଅଣୁ ଗୁଡିକ କେବଳ ଆଇରିସ୍‍ ଓ ମତ୍ସାଲିୟାରେ ମିଳିଥିଲା ।

- Advertisement -

ଯେତେବେଳେ ଏହି ଉପଗ୍ରହ ଉପରେ ସୂର୍ଯ୍ୟକିରଣ ପଡେ ସେତେବେଳେ ଜଳ ଦେଖାଯାଇଥାଏ । ଆଇରିସ୍‍ ୧୯୯ କିଲୋମିଟର ଚଉଡା ହୋଇଥିବା ବେଳେ ମତ୍ସାଲିୟା ୧୩୫ କିଲୋମିଟର ଚଉଡା । ଉଭୟଙ୍କ କକ୍ଷପଥ ଅଲଗା । ଏହା ସୂର୍ଯ୍ୟଠାରୁ ପ୍ରାୟ ୨.୩୯ ଜ୍ୟୋତିର୍ବିଜ୍ଞାନ ୟୁନିଟ୍‍ । କେତେକ ବୈଜ୍ଞାନିକ ମାନେ ବିଶ୍ୱାସ କରନ୍ତି ଯେ ପୃଥିବୀରେ ଜଳ ଏକ ଗ୍ରହରୁ ଆସିଥାଇପାରେ । ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories