www.samajalive.in
Friday, December 12, 2025
19.1 C
Bhubaneswar

ଭୁବନେଶ୍ୱରରେ ଟିପିସିଓଡିଏଲ୍‌ ର ଆନୁଆଲ ବିଜନେସ୍‌ ଆସୋସିଏଟ୍‌ ମିଟ୍‌ ଅନୁଷ୍ଠିତ, ସମନ୍ୱୟ ଏବଂ ସହଯୋଗିତାକୁ ଗୁରୁତ୍ୱ

ଉତ୍ତମ ପ୍ରଦର୍ଶନ କରିଥିବା କମ୍ପାନୀଗୁଡ଼ିକ ପୁରସ୍କୃତ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୪ ମେ’ ୭ ତାରିଖରେ ଭୁବନେଶ୍ୱରର ଏମ୍‌ଡିସି ବରମୁଣ୍ଡାରେ ବାର୍ଷିକ ବିଜନେସ୍‌ ଆସୋସିଏଟ୍‌ (ବିଏ) ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରୁ ୯୦ ସମ୍ମାନଜନକ ବିଜନେସ୍‌ ଆସୋସିଏଟ୍‌ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଟିପିସିଓଡିଏଲ୍‌ ସହିତ ସହଯୋଗିତା ପଦକ୍ଷେପ ବିଷୟରେ ସେମାନେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଗଠନମୂଳକ ଆଲୋଚନା ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀମାନେ ମିଳିତ ଅଭିବୃଦ୍ଧି ପାଇଁ ସେମାନଙ୍କ ଅଭିଜ୍ଞତା ବାଂଟିଥିଲେ ଓ ରଣନୀତି ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ଭାବ ବିନିମୟ ଅଧିବେଶନ ଯେଉଁଥିରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍‌ ସିଂହଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ସମେତ ନେତୃତ୍ୱ ଟିମ୍‌ ଯୋଗଦେଇଥିଲେ । ଏହି ଅଧିବେଶନରେ ବିଜନେସ୍‌ ଆସୋସିଏଟ୍‌ ମାନେ ପ୍ରାସଙ୍ଗିକ ପ୍ରଶ୍ନ କରି ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କଠାରୁ ପ୍ରତିକ୍ରିୟା ହାସଲ କରିବାର ସୁଯୋଗ ପାଇଥିଲେ ।
ଆଲୋଚନା ସମୟରେ ବହୁ ସଂଖ୍ୟାରେ ବିଜନେସ୍‌ ଆସୋସିଏଟ୍‌ ଟାଟା ପାୱାର ସହ ସହଯୋଗିତା ପରଠାରୁ ଟିପିସିଓଡିଏଲ୍‌ରୁ ମିଳୁଥିବା ଲାଭଗୁଡ଼ିକୁ ପ୍ରଶଂସା କରିଥିଲେ, ଯେଉଁଥିରେ ପେମେଂଟ୍‌ ପ୍ରକ୍ରିୟାକୁ ସଂଗଠିତ କରିବା ଏବଂ ଉଚିତ ସମୟରେ କାରବାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଉପଲକ୍ଷେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କମ୍ପାନିଗୁଡ଼ିକୁ ଟିପିସିଓଡିଏଲ୍‌ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍‌ ସିଂହ କହିଛନ୍ତି ଯେ, “ବାର୍ଷିକ ବିଜନେସ୍‌ ଆସୋସିଏଟ୍‌ ସମ୍ମିଳନୀ ଆମ ସହଯୋଗିତାର ଦୃଢ଼ତା ଏବଂ ଶକ୍ତି କ୍ଷେତ୍ରରେ ନବସୃଜନ ଓ ଉକ୍ରର୍ଷକୁ ବଢ଼ାଇବା ପାଇଁ ଆମ ମିଳିତ ପ୍ରତିବଦ୍ଧତାର ପ୍ରମାଣ । ଆମ ବିଜନେସ୍‌ ଆସୋସିଏଟ୍‌ମାନେ ପ୍ରଦାନ କରିଥିବା ମୂଲ୍ୟବାନ ପରାମର୍ଶକୁ ଆମେ ପ୍ରଶଂସା କରୁଛୁ ଯାହା ଆମ ସେବାରେ ଉନ୍ନତି ଆଣିବା ଏବଂ ସମସ୍ତ ଅଂଶୀଦାରଙ୍କୁ ମୂଲ୍ୟ ପ୍ରଦାନ କରିବା ଲାଗି ଆମ ସଂକଳ୍ପକୁ ଦୋହରାଉଛି ।’’
ଟିପିସିଓଡିଏଲ୍‌ ପକ୍ଷରୁ ସହଯୋଗିତା, ନବସୃଜନ ଓ ସାମାଜିକ ଦାୟିତ୍ୱବୋଧକୁ ଅଗ୍ରାଧିକାର ପ୍ରଦାନ କରାଯାଉଛି କାରଣ ଏହା ସାମାଜକୁ ସଶକ୍ତ କରୁଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଓଡ଼ିଶାବାସୀଙ୍କ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories