www.samajalive.in
Friday, December 12, 2025
19.1 C
Bhubaneswar

୭୬୦ ମେଗାୱାଟର ସର୍ବାଧିକ ଗ୍ରୀଷ୍ମକାଳୀନ ବିଜୁଳି ଚାହିଦାକୁ ସଫଳତାର ସହ ପୂରଣ କରିଛି ଟିପିଏସ୍‌ଓଡିଏଲ୍‌

• ବ୍ରହ୍ମପୁରର ବିଜୁଳି ଚାହିଦାରେ ୨୩.୯୧ଧ ବୃଦ୍ଧି
• କାର୍ଯ୍ୟକ୍ଷମ ଏବଂ ନିୟୋଜିତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯାଇଛି
ବ୍ରହ୍ମପୁର, ୮ ମଇ, ୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ଚଳିତ ବର୍ଷ ମଇ ୫ ତାରିଖରେ ୭୬୦ ମେଗାୱାଟର ସର୍ବାଧିକ ଗ୍ରୀଷ୍ମକାଳୀନ ବିଜୁଳି ଚାହିଦାକୁ ସଫଳତାର ସହ ପୂରଣ କରିଛି । ଏହା ସହ ଦକ୍ଷିଣ ଓଡ଼ିଶାରେ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି । ଏହା ଗତବର୍ଷ ଏପ୍ରିଲ ୨୦୨୩ରେ ରେକର୍ଡ ହୋଇଥିବା ସର୍ବାଧିକ ବିଜୁଳି ଚାହିଦା ୬୬୮ ମେଗାୱାଟ୍‌ ତୁଳନାରେ ଚଳିତ ବର୍ଷର ଚାହିଦାରେ ଉଲ୍ଲେଖନୀୟ ୧୩.୭୭ଧ ବୃଦ୍ଧିକୁ ଦର୍ଶାଉଛି ।
ସେହିଦିନ, ବ୍ରହ୍ମପୁର ସହରରେ ମଧ୍ୟ ବିଜୁଳି ଚାହିଦା ବୃଦ୍ଧି ପାଇ ୧୭୧ ମେଗାୱାଟରେ ପହଞ୍ଚିଥିଲା । ପୂର୍ବ ବର୍ଷ ୧୭ ଏପ୍ରିଲ ୨୦୨୩ରେ ରେକର୍ଡ ହୋଇଥିବା ସର୍ବୋଚ୍ଚ ଚାହିଦା ୧୩୮ ମେଗାୱାଟ୍‌ ତୁଳନାରେ ଏହା ୨୩.୯୧ଧ ବୃଦ୍ଧି ଅଟେ । ସହରରେ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରହୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତିରେ ଉପଭୋକ୍ତାଙ୍କର ବିଜୁଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ଦରକାର ଥିବା ସୁଦୃଢ଼ ଏବଂ ଭରସାଯୋଗ୍ୟ ବିଦ୍ୟୁତ ଭିତ୍ତିଭୂମିର ଆବଶ୍ୟକତାକୁ କମ୍ପାନୀ ସଫଳତାପୂର୍ବକ ପୂରଣ କରିଛି ।
ଚଳିତ ଗ୍ରୀଷ୍ମ ଋତୁରେ ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ କରିବା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଆବଶ୍ୟକୀୟ ପଦକ୍ଷେପ ନେଇଛି । ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିତରଣ ନେଟୱାର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ନିଜର ୨୨ ଲକ୍ଷ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ କରିବା ପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯାଇଛି ।
ଟିପିଏସ୍‌ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, ” ବିଶେଷକରି ଗ୍ରୀଷ୍ମ ଋତୁରେ ସର୍ବାଧିକ ବିଜୁଳି ଚାହିଦାକୁ ମେଣ୍ଟାଇବା ସହ ଦକ୍ଷିଣ ଓଡ଼ିଶାର ବର୍ଦ୍ଧିତ ବିଜୁଳି ଆବଶ୍ୟକତା ପୂରଣ କରିବାକୁ ଟିପିଏସଓଡିଏଲ୍‌ ପ୍ରତିଶ୍ରୁତିବଦ୍ଧ । ଅଭିନବ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା ଓ ପରିଚାଳନା ଦକ୍ଷତା ଉପରେ ଆମର ଗୁରୁତ୍ୱ, ବଦଳୁଥିବା ଚାହିଦା ଢାଞ୍ଚା ସହ ଖାପ ଖୁଆଇବା ଭଳି ଗୁଣାତ୍ମକ ପଦକ୍ଷେପ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ସେବା ଯୋଗାଇବା କ୍ଷେତ୍ରରେ ସହାୟକ ହୋଇପାରିଛି ।”
ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ପିଏସସିସି) ଟିପିଏସଓଡିଏଲର ଅପରେସନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସମଗ୍ର ବିତରଣ ନେଟୱାର୍କର ରିଅଲ ଟାଇମ୍‌ ମନିଟରିଂ ପାଇଁ ଏକ କେନ୍ଦ୍ରୀୟ ୟୁନିଟ୍‌ ଭାବରେ କାର୍ଯ୍ୟ କରେ । ଉନ୍ନତ ଓଟି ଏବଂ ଆଇଟି ଟେକ୍ନୋଲୋଜି ଯଥା ସୁପରଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍‌ (ସ୍କାଡା) ଏବଂ ପରମିଟ୍‌ ଟୁ ଲିଭ୍‌ (ପିଟିଡବ୍ଲ୍ୟୁ) ପରିଚାଳନା ବ୍ୟବସ୍ଥାର ଉପଯୋଗ ଦ୍ୱାରା ବିଭିନ୍ନ ସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରୁଛି । ଏହା ବିଦ୍ୟୁତ ବିତରଣ ନେଟୱାର୍କର ବିଶ୍ୱସନୀୟତା ଏବଂ ସାମର୍ଥ୍ୟକୁ ବୃଦ୍ଧି କରୁଛି ।

ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ନିଜର ପ୍ରତିବଦ୍ଧତା ବଜାୟ ରଖିବା ସହ ଦକ୍ଷିଣ ଓଡ଼ିଶାର ବଢୁଥିବା ଶକ୍ତି ଚାହିଦା ପୂରଣ କରିବା ପାଇଁ ଅଭିନବ ସମାଧାନ ଖୋଜିବା ସହ ପ୍ରଯୁକ୍ତିବିଦ୍ୟାରେ ନିବେଶ କରିବା ଦିଗରେ ଟିପିଏସଓଡିଏଲ୍‌ ପ୍ରୟାସ ଜାରି ରଖିଛି ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories