ବାଉଁଶୁଣି: ବୌଦ୍ଧ ଜିଲା ବାଉଁଶୁଣି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି ଲୋକେ। ରାତି ପ୍ରାୟ ୧୦ ଘଣ୍ଟା ୨୫ ମିନିଟ୍ ରୁ ୧୦ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ମାଟି ଥରିବା ଭଳି ଲୋକେ ଅନୁଭବ କରିଛନ୍ତି। ବାଉଁଶୁଣି ଅଞ୍ଚଳର ବାଉଁଶୁଣି, ଗଡଭିତର, ଅଁଳାପାଲି, ବହିରା, ଜମଘାଟି, ଗୋଛାପଡ଼ା ଆଦି ଗ୍ରାମ ଗୁଡ଼ିକରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ଜଣାପଡିଛି । ତେବେ ବାଉଁଶୁଣିରେ ଭୂକମ୍ପ ହୋଇଥବା ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
Popular Categories



