www.samajalive.in
Sunday, December 14, 2025
15.1 C
Bhubaneswar

ମହାକାଶରୁ କେମିତି ଥିଲା ସୂର୍ଯ୍ୟୋପରାଗ ଦୃଶ୍ୟ, ଭିଡିଓ ଶେୟାର କଲା ନାସା

ସମାଜ ଡିଜିଟାଲ ଡେସ୍କ: ମେକ୍ସିକୋ, ଆମେରିକା ଓ କାନାଡ଼ାର କିଛି ଅଂଶରେ ସୋମବାର ଦୁର୍ଲଭ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି। ଏହି ସମୟରେ ଲକ୍ଷାଧିକ ଲୋକ ଏହି ମହାଜାଗତିକ ଦୃଶ୍ୟକୁ ଦେଖିଛନ୍ତି। କେବଳ ଏତିକି ନୁହେଁ, ଆମେରିକାର ସ୍ପେସ୍‌‌ ଏଜେନ୍ସି ନାସା ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ସୂର୍ଯ୍ୟୋପରାଗର ସିଧା ପ୍ରସାରଣ କରିଥିଲା। ଏଥିସହ ମହାକାଶରୁ ସୂର୍ଯ୍ୟୋପରାଗ କିପରି ଦେଖାଯାଏ, ଏହାର ଭିଡିଓ ମଧ୍ୟ ନାସା ଜାରି କରିଛି। ପ୍ରାୟ ଏକ ଶତାବ୍ଦୀରେ ପ୍ରଥମ ଥର ପାଇଁ ନ୍ୟୁୟର୍କର ପଶ୍ଚିମ ଓ ଉତ୍ତରାଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି।


ମେକ୍ସିକୋର ଉପକୂଳବର୍ତ୍ତୀ ସହର ମାଜାତଲାନ ଉତ୍ତର ଆମେରିକା ପ୍ରଥମ ସ୍ଥାନ, ଯେଉଁଠାରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା। ସୂର୍ଯ୍ୟୋପରାଗ ଦେଖିବା ପାଇଁ ହଜାର ହଜାର ଲୋକ ସମୁଦ୍ରକୂଳରେ ଏକାଠି ହୋଇଥିଲେ। ଲୋକମାନେ ଡେକ୍‌‌ ଚେୟାରରେ ବସି ଚଷମା ପିନ୍ଧି ଏହି ମହାଜାଗତିକ ଦୃଶ୍ୟ ଦେଖିଥିଲେ। ସୂର୍ଯ୍ୟୋପରାଗ ୪ ମିନିଟ୍‌‌ ୨୮ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ଏହା ୨୦୧୭ରେ ଆମେରିକାର କିଛି ଭାଗରେ ଦୃଶ୍ୟମାନ ହୋଇଥିବା ସୂର୍ଯ୍ୟୋପରାଗଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥିଲା। ୨୦୧୭ ସୂର୍ଯ୍ୟୋପରାଗ ୨ ମିନିଟ୍‌‌ ୪୨ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା।

- Advertisement -


ଏହା ପୂର୍ବରୁ ନାସା ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବା ସୟମରେ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଏକ୍ସରେ ଏକ ପୋଷ୍ଟ କରିଥିଲା। ନାସା ଲେଖିଥିଲା ଯେ, “ଆମେ ଚାହୁଁଛୁ ଆପଣ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖନ୍ତୁ। ଆମେ ଚାହୁଁନୁ ଯେ ଏହା ଆପଣଙ୍କର ଶେଷ ଦୃଶ୍ୟ ନହେଉ। ଖାଲି ଆଖିରେ ସିଧା ସଳଖ ସୂର୍ଯ୍ୟୋପରାଗ ଦେଖନ୍ତୁ ନାହିଁ ଏବଂ ଆଖିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।” ମେକ୍ସିକୋ ସମେତ ବିଭିନ୍ନ ସ୍ଥାନର ଲୋକମାନେ ସୋସିଆଲ ମିଡିଆରେ ସୂର୍ଯ୍ୟୋପରାଗର ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories