www.samajalive.in
Monday, December 8, 2025
14.1 C
Bhubaneswar

ସୂର୍ଯ୍ୟୋପରାଗ ପଛେ ପଛେ ଧାଉଁଛି ନାସା; ଖୋଲିବ କି ନୂଆ ରହସ୍ୟ?

ସମାଜ ଡିଜିଟାଲ ଡେସ୍କ: ସୋମବାର ଅର୍ଥାତ୍‌ ଆଜିର ସୂର୍ଯ୍ୟୋପରାଗ ବହୁତ ଖାସ୍‌ ଏବଂ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହି ସୁଯୋଗର ଭରପୂର ଫାଇଦା ଉଠାଇବାକୁ ଚାହୁଁଛି। ପୃଥିବୀରେ ସୂର୍ଯ୍ୟୋପରାଗ ହେବା ସମୟରେ ନାସାର ତିନୋଟି ଟିମ୍‌ ଜେଟ୍ ବିମାନରେ ସେହି ପରାଗର ପିଛାକରି ଏହା ଉପରେ ଗବେଷଣା କରିବେ। ଏହା ଏଥିପାଇଁ ମଧ୍ୟ କରାଯାଉଛି କାରଣ ଆମେରିକାରେ ଏହି ପ୍ରକାରର ସୂର୍ଯ୍ୟୋପରାଗ ପୁଣି ୨୦ ବର୍ଷ ପରେ ଅର୍ଥାତ୍ ୨୦୪୪ ମସିହାରେ ଦେଖିବାକୁ ମିଳିବ। ବର୍ଷର ଏହି ପ୍ରଥମ ସୂର୍ଯ୍ୟୋପରାଗ ମୁଖ୍ୟତଃ ଆମେରିକା ଓ କାନାଡ଼ାରେ ଦୃଶ୍ୟମାନ ହେବ।

ଆଜିର ସୂର୍ଯ୍ୟୋପରାଗ ଏକ ପୂର୍ଣ୍ଣ ସୂର୍ଯ୍ୟୋପରାଗ। ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଗତି କରେ, ସେତେବେଳେ ସୂର୍ଯ୍ୟୋପରାଗ ହୋଇଥାଏ। ସେହିପରି ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳରେଖାରେ ଗତି କରନ୍ତି ସେତେବେଳେ ଏହାକୁ ପୂର୍ଣ୍ଣ ସୂର୍ଯ୍ୟୋପରାଗ କୁହାଯାଏ। ଆମେରିକା ସମୟ ଅନୁଯାୟୀ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦିନ ୨ଟା ୧୫ରୁ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟୋପରାଗର ପିଛା କରି ନାସା କ’ଣ ଜାଣିବାକୁ ଚାହୁଁଛି।

- Advertisement -

ପୂର୍ଣ୍ଣ ସୂର୍ଯ୍ୟୋପରାଗ ବିଭିନ୍ନ ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ, ଯାହାର ସବୁଠାରୁ ବିଶେଷ ପର୍ଯ୍ୟାୟ ହେଉଛି ଟୋଟାଲିଟି। ଏହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ  ଆଚ୍ଛାଦିତ କରିଥାଏ। ନାସା ରିପୋର୍ଟ ମୁତାବକ, ଏହା ହେଉଛି ଏକମାତ୍ର ସମୟ ଯେତେବେଳେ ସୂର୍ଯ୍ୟୋପରାଗ କୌଣସି ଚଷମା କିମ୍ବା ସୁରକ୍ଷା ବିନା ଦେଖିହେବ। ବାକି ସମୟରେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ଚଷମା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। ସୂର୍ଯ୍ୟୋପରାଗର ଅଧ୍ୟୟନ ପାଇଁ ଏହି ସମୟ ବେଶ୍ ଉପଯୁକ୍ତ।

ଯୌତୁକ ଜୁଇରେ ନବବଧୂ!

ସାଧାରଣ ଦିନରେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳ ଆଲୋକରେ ପୃଥିବୀରୁ ସୂର୍ଯ୍ୟଙ୍କ କୋରୋନା(ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟ ଅଂଶ) ସ୍ତର ଦୃଶ୍ୟମାନ ହୁଏ ନାହିଁ। କିନ୍ତୁ ଟୋଟାଲିଟି ସମୟରେ ଏହାକୁ ଦେଖିହୁଏ। ନାସାର ତିନୋଟି ଦଳ ମଧ୍ୟରୁ ଦୁଇ ଦଳ କେବଳ କୋରୋନାର ଫଟୋ ଉଠାଇବେ। ଏଥିରୁ ଯେଉଁ ତଥ୍ୟ ମିଳିବ ତା’ ଦ୍ବାରା କୋରୋନାର ଗଠନ ଏବଂ ଏହାର ତାପମାତ୍ରା ନିର୍ଣ୍ଣୟ କରାଯାଇପାରିବ। ଏହି ଅଧ୍ୟୟନ ଦ୍ବାରା ଏହା ମଧ୍ୟ ବୁଝିହେବ ଯେ କିପରି କୌଣସି କଣିକା କୋରୋନା ଜରିଆରେ ସୂର୍ଯ୍ୟଙ୍କଠାରୁ ବଞ୍ଚି ସୌର ଝଡ଼ ସୃଷ୍ଟି କରେ। ସୌର ଝଡ଼ ହେଉଛି କଣିକାମାନଙ୍କର ଏକ ପ୍ରବାହ, ଯାହା ପ୍ରାୟ ଘଣ୍ଟା ପ୍ରତି ୧୦ ଲକ୍ଷ ମାଇଲ୍ ବେଗରେ ସୂର୍ଯ୍ୟଙ୍କଠାରୁ ଆସିଥାଏ। ବେଳେବେଳେ ଏହା ପୃଥିବୀର ସାଟେଲାଇଟ୍‌ ଯୋଗାଯୋଗରେ ମଧ୍ୟ ବାଧା ସୃଷ୍ଟି କରିଥାଏ।

ଆମେରିକୀୟ ଏଜେନ୍ସିର ତୃତୀୟ ଦଳ ପୃଥିବୀ ବାୟୁମଣ୍ଡଳର ଉପର ଭାଗର ବୈଦ୍ୟୁତିକ ଚାର୍ଜ ସ୍ତର ଅର୍ଥାତ୍‌ ଆୟନୋସ୍ଫିୟରକୁ ମାପିବ। ଏଥିରୁ ମିଳିଥିବା ତଥ୍ୟରୁ ପୃଥିବୀର ବାୟୁମଣ୍ଡଳ ଉପରେ ସୂର୍ଯ୍ୟଙ୍କ ପ୍ରଭାବକୁ ପରୀକ୍ଷା କରାଯିବ। ଆୟନୋସ୍ଫିୟର ଟିମ୍‌ରେ କାମ କରୁଥିବା ପ୍ରୋଫେସର ଭରତ କୁନ୍ଦୁରୀ କହିଛନ୍ତି ଯେ, ‘‘ଏହି ଅଧ୍ୟୟନ ଦ୍ବାରା ଏହା ବୁଝିହେବ ଯେ, କିପରି ସୌର ବିକିରଣରେ ପରିବର୍ତ୍ତନ ପୃଥିବୀର ଆୟନୋସ୍ଫିୟରକୁ ପ୍ରଭାବିତ କରିପାରେ। ଆୟନୋସ୍ଫିୟର ପ୍ରଭାବିତ ହେବା ଦ୍ବାରା ରାଡାର ଏବଂ ଜିପିଏସ୍ ପରି ଦୈନିକ ବ୍ୟବହୃତ ଟେକ୍ନୋଲୋଜି ଉପରେ ପ୍ରଭାବ ପଡ଼ିଥାଏ।’’

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories