ସାଇବର ଠକଙ୍କ ଟାର୍ଗେଟରେ ଶିକ୍ଷାର୍ଥୀ

ଫୁଲବାଣୀ: ପରୀକ୍ଷାରେ ମାର୍କ ବଢ଼ାଇବାକୁ ଅନଲାଇନ ପେମେଣ୍ଟ ଫାଶ ବିଛାଇଛନ୍ତି ସାଇବର ଠକ। ଆଜି ଫୁଲବାଣୀ ଓ ରାଇକିଆରେ ଛାତ୍ରଙ୍କୁ ନିକଟକୁ ପରୀକ୍ଷାରେ ମାର୍କ ବଢ଼ାଇ ଦେବା ପାଇଁ ଅନଲାଇନ ପେମେଣ୍ଟ ଦାଖଲ କରିବାକୁ ସାଇବର ଠକ ଫୋନ କରିଥିବା ସୂଚନା ମିଳିଛି। ଅନଲାଇନରେ ପେମେଣ୍ଟ କଲେ ମାର୍କ ବଢ଼ାଇ ଦିଆଯିବା ନେଇ ପ୍ରଲୋଭନ ଦେଖାଇ ଫୁଲବାଣୀର ଗୋଟିଏ ଓ ରାଇକିଆର ଗୋଟିଏ କଲେଜର ୭ ଛାତ୍ରଙ୍କୁ ଫୋନ କଲ କରାଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଉଭୟ କଲେଜର ଅଧ୍ୟକ୍ଷ ଫୁଲବାଣୀ ସାଇବର ଥାନା ଓ ରାଇକିଆର ସାଇବର ଥାନାର ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି।

Comments are closed.