ଭୁବନେଶ୍ବର : କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନାଙ୍କ ସହ ଅନେକ ବରିଷ୍ଠ ନେତା ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଘଟଣାରେ କ’ଣ କାର୍ୟ୍ୟାନୁଷ୍ଠାନ ନିଆଯାଇଛି, ତାହା ଜାଣିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଆଲୋଚନା କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।
Popular Categories



