www.samajalive.in
Monday, December 15, 2025
17.1 C
Bhubaneswar

ବାଲିଯାତ୍ରାରେ ମୁକ୍ତିଲାଭ କରିବ ବାସ୍ତବଧର୍ମୀ ଓଡିଆ ସିନେମା ‘ଅକ୍ସିଜେନ’

ଆଠଗଡ଼: ଓଡିଆ ଚଳଚିତ୍ର ଜଗତରେ ଏବେ ଚାଲିଥିବା ବାସ୍ତବଧର୍ମୀ ସିନେମା ତାଲିକାରେ ଆଉ ଗୋଟିଏ ନାମ ଯୋଡ଼ି ହେବାକୁ ଯାଉଛି, ତାହା ହେଉଛି ‘ଅକ୍ସିଜେନ’। ମହାମାରୀ କରୋନା ସମୟରେ ସମଗ୍ର ବିଶ୍ଵରେ ରୋଗୀ ମାନଙ୍କର ଅତ୍ୟନ୍ତ ଜରୁରୀ ଆବଶ୍ୟକ ହୋଇପଡ଼ିଥିବା ଅମ୍ଳଜାନ ପାଇଁ ପରିବେଶ ସୁରକ୍ଷା କେତେ ଜରୁରୀ ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏହି ସିନେମାର ପ୍ରଯୋଜକ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଆଠଗଡର ହୋଇଥିବାରୁ ସୋମବାର ସନ୍ଧ୍ୟାରେ ଏକ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସିନେମାଟି ଓଡିଶାର ପ୍ରସିଦ୍ଧ ବାଲିଯାତ୍ରା ସମୟରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଡଃ ରଶ୍ମୀ ପଣ୍ଡା ସିନେମା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଉକ୍ତ ସିନେମାରେ ଭରପୁର ବ୍ୟଙ୍ଗ, ଆକ୍ସନ ଏବଂ ରୋମାନ୍ସ ଅଭିନୟ ଥିବା ବେଳେ ମନଛୁଆଁ ସଙ୍ଗୀତ ମଧ୍ୟ ରହିଥିବା ଦାବି କରିଛନ୍ତି ଏହି ସିନେମାର ପ୍ରଯୋଜକ। ଏବେ ସାରା ପୃଥିବୀରେ ଉତ୍ତାପ ଓ ଅଙ୍ଗାରକାମ୍ଲ ବୃଦ୍ଧି ପାଉଛି।ଏହାର କାରଣ ହେଉଛି କଳ କାରଖାନା ଓ ଯାନବାହନ ରୁ ନିର୍ଗତ ଧୂଆଁ ବାହାରି ବାୟୁମଣ୍ଡଳ ରେ ମିଶି ବାୟୁ ପ୍ରଦୂଷିତ ହେଉଛି।ଏଥିପାଇଁ ପରିବେଶ ର ସୁରକ୍ଷା ଓ ସନ୍ତୁଳନ ରକ୍ଷା କରିବାକୁ ବୃକ୍ଷ ରୋପଣ ଜରୁରୀ ହୋଇପଡିଛି। ବୃକ୍ଷ କଟା ଉପରେ ରୋକ ଲଗାଇବା ନିମନ୍ତେ ଜନସଚେତନତା ସୃଷ୍ଟି ପାଇଁ ସୁକେଶୀ ପଣ୍ଡା ଏବଂ ଶିବ ପ୍ରସାଦ ପଣ୍ଡାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଦର୍ଶକଙ୍କ ମନ ଛୁଇଁବ ବୋଲି ଡଃ ପଣ୍ଡା ମତପୋଷଣ କରିଛନ୍ତି ।ପିନୁ ନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ମୁଖ୍ୟ ଭୂମିକାରେ ସମ୍ବିତ, ତମନ୍ନା, ବବି ମିଶ୍ରଙ୍କ ଦମଦାର ଷ୍ଟାରକାଷ୍ଟରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ପୋଷ୍ଟ ପ୍ରଡକ୍ସନ କାମ ଶେଷ ହୋଇଥିବା ବେଳେ ଆଗାମୀ ବାଲିଯାତ୍ରା ସମୟରେ ଏହାକୁ ରିଲିଜ କରିବା ପାଇଁ ସ୍ଥିର କରାଯାଇଥିବା ଆଠଗଡ଼ ମନୋରମା କ୍ଲବଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ପରିବେଶ ସୁରକ୍ଷା ପାଇଁ ସଚେତନତା ନିମନ୍ତେ ଏଭଳି ଚଳଚିତ୍ର ରାଜ୍ୟରେ ପ୍ରଥମ ବୋଲି ସଂଳାପ ଲେଖକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଗୀତିକାର ରାଧାନାଥ ଦାସ, ସମାଜସେବୀ ପାର୍ଥସାରଥୀ ପଟ୍ଟନାୟକ ଏବଂ କାହାଣୀ ଓ ସଂଳାପ ଲେଖକ ଡଃ ପଣ୍ଡା ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories