www.samajalive.in
Wednesday, December 10, 2025
18.1 C
Bhubaneswar

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା “ଦି ପ୍ରୋଟେକ୍ସନ ଅଫ ହୁମ୍ୟାନ ରାଇଟ୍ସ ଆକ୍ଟ-୧୯୯୩” ସଂକଳିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ “ଦି ପ୍ରୋଟେକ୍ସନ ଅଫ ହୁମ୍ୟାନ ରାଇଟ୍ସ ଆକ୍ଟ-୧୯୯୩” ସଂକଳିତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଦ୍ୱାରା ସଂକଳିତ ଏହି ପୁସ୍ତକକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି ।

ଏହି ପୁସ୍ତକରେ ମାନବାଧିକାର ସୁରକ୍ଷା ଆଇନ, ଓଡ଼ିଶା ମାନବାଧିକାର ଆୟୋଗ ନିୟମାବଳୀ- ୨୦୦୩, ଓଡ଼ିଶା ମାନବାଧିକାର ଆୟୋଗ (ଅଧ୍ୟକ୍ଷ ଓ ସଭ୍ୟଙ୍କ ବେତନ, ଭତ୍ତା ଓ ସର୍ତ୍ତାବଳୀ) ନିୟମ- ୨୦୦୩, ଜାତୀୟ ମାନବାଧିକାର ଆୟୋଗ ନିୟମାବଳୀ- ୧୯୯୪, ଜାତୀୟ ମାନବାଧିକାର ଆୟୋଗ (ବାର୍ଷିକ ହିସାବ ବିବରଣୀ) ନିୟମାବଳୀ- ୧୯୯୬, ମିଳିତ ଜାତିସଂଘର ମାନବାଧିକାର ସଂଗଠନ ଓ ଢାଞ୍ଚାଗତ ବ୍ୟବସ୍ଥା, ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ଓ ପୋଲିସ ଅତ୍ୟାଚାର ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ସ୍ଥାନ ପାଇଛି ।

- Advertisement -

ଉକ୍ତ ପୁସ୍ତକ ଆଇନଜୀବୀ,ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ସବୁ ବର୍ଗର ବ୍ୟକ୍ତିବିଶେଷ ମାନଙ୍କୁ ସହାୟକ ହେବା ସହ ମାନବାଧିକାର ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଆଡ଼ଭୋକେଟ ଜେନେରାଲ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୁସ୍ତକର ପ୍ରକାଶକ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories