ବାତ୍ୟାରେ ଦୁର୍ବଳ ହୋଇଥିଲା ଘର, କାନ୍ଥ ପଡ଼ି ଜଣେ ଗୁରୁତର

ବାସୁଦେବପୁର: ପୌରପାଳିକା ସ୍ଥିତ ୬୨ଟି ଗାଁରେ ମାଟିକାନ୍ଥ ପଡି ଭଗବାନ ବାରିକଙ୍କ ପୁଅ ବ୍ରହ୍ମାନନ୍ଦ(୨୪) ଗୁରୁତର ହୋଇଛନ୍ତି। ବାତ୍ୟାରେ ଦୁର୍ବଳ ହୋଇଥିବା ଘରର ମାଟିକାନ୍ଥ ପଡିବାରୁ ବ୍ରହ୍ମାନନ୍ଦଙ୍କ ଗୋଡ଼ ଭାଙ୍ଗି ଯାଇଛି। ପରିବାର ପକ୍ଷରୁ ତାକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 

ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ବାତ୍ୟା ‘ଦାନା’ର ପ୍ରଭାବରେ ଘରର ମାଟିକାନ୍ଥ ଦୁର୍ବଳ ହୋଇଥିଲା। ପୁଅ ସେହି ଘରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ କାନ୍ଥ ପଡିଯାଇଥିଲା। ତାର ଗୋଡ଼ରେ ଆଘାତ ଲାଗିବା ସହ ଭାଙ୍ଗି ଯାଇଛି ବୋଲି ପିତା ଭଗବାନ ବାରିକ ପ୍ରକାଶ କରିଛନ୍ତି।

Comments are closed.