www.samajalive.in
Tuesday, December 9, 2025
17.1 C
Bhubaneswar

ପାଟଣାରେ କାଳୀପୂଜା ମହୋତ୍ସବ ଉଦଯାପିତ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଜାର ଅଞ୍ଚଳରେ କାଳୀପୂଜା କମିଟି ପକ୍ଷରୁ ୬ ଦିନିଆ ୫୬ ତମ ବାର୍ଷିକ କାଳୀପୂଜା ମହୋତ୍ସବ ଆଜି ଭସାଣି ସହ ଉଦଯାପିତ ହୋଇଛି। ଶେଷ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ଓ ସମ୍ବର୍ଦ୍ଧନା ସଭା କମିଟିର ସଭାପତି ବୁଲୁ ଭଞ୍ଜଙ୍କ ଅଧ୍ୟକ୍ଷତାରେ ଓ ପାର୍ଥସାରଥୀ ବେଜ ଏବଂ ଅବିନାଶ ଦାଶଙ୍କ ସଂଯୋଜନାରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଇଂ ବିଦ୍ୟାଧର ଦାଶ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ଅଜୟ କୁମାର ଦାଶ, ଅନୁଷ୍ଠାନର ସମ୍ପାଦକ ଅଜିତ୍ ବେହେରା ଓ ଅଜୟ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ କମିଟିର ବରିଷ୍ଠ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସାଧାରଣ ସଭା ଶେଷରେ ସାଲେପୁରର ମଣି ମେଲୋଡି ଦ୍ୱାରା ସୁମଧୁର ଭଜନ ଓ ଆଧୁନିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories