www.samajalive.in
Monday, December 8, 2025
17.1 C
Bhubaneswar

ଆଖୁ କିଆରୀ ନଷ୍ଟ କରୁଛି ଭାଲୁ, ନିଦାବିଷ୍ଣୁ ସାଜିଛି ବନ ବିଭାଗ 

ଲଡୁଗାଁ : କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ବ୍ୟାପକଭାବେ ଜଳିଯିବା ଓ ମାଫିଆମାନେ ଗଛ କାଟି ନଷ୍ଟ କରିଦେବା ପରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ବିଗତ କିଛି ମାସ ହେବ ବାରମ୍ବାର ଆମପାଣି ଫରେଷ୍ଟ ସେକ୍ସନର  ବିଭିନ୍ନ ଗ୍ରାମରେ ଭାଲୁ ପଶି ଲୋକଙ୍କ ଉପରେ ଆକ୍ରମଣ କରୁଛି। କେତେବେଳେ କିଏ ଗୁରୁତର ଭାବେ ଆହତ ହେଉଛନ୍ତି ତ ଆଉ କେତେବେଳେ କାହାର ଜୀବନ ମଧ୍ୟ ଚାଲିଯାଉଛି।
ପୁଣି ଏବେ ଆମପାଣି ଅଞ୍ଚଳରେ ଆଖୁ ଚାଷ ନଷ୍ଟ କରିଥିବା ଓ ବନ ବିଭାଗ ନିଦାବିଷ୍ଣୁ ସାଜିଥିବା ଚାଷୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି  । ଅଭିଯୋଗ ଅନୁସାରେ ଆମପାଣି ସିଉନି ସନ୍ଧିରେ ଥିବା ମୁକୁନ୍ଦ ଧଙ୍ଗଡାମାଝୀଙ୍କ ଚାଷ ଜମିକୁ ଶିଉନି ସାଗର ପଡ଼ାର ଚାଷୀ ଶ୍ରୀପତି ବାଗ ଭାଗଚାଷୀ  ରୂପେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଖୁ ଚାଷ କରିଥିଲେ । ଚାଷ ଭଲ ହୋଇଥିଲେ ହେଁ ସାହାଜଖୋଲରୁ ଦୁଇଟି ଜଙ୍ଗଲି ଭାଲୁ ଆସି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଉକ୍ତ ଚାଷ ଜମିରେ ବସା ବାନ୍ଧି ବସିଛନ୍ତି । କାଠ ଓ ମକା ମାଫିଆ ମାନଙ୍କୁ ପ୍ରଶ୍ରୟ  ଦେବାସହ ଭାଲୁମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବନ ବିଭାଗ ସଂପୃକ୍ତ  ଆଖୁଚାଷୀଙ୍କୁ  କ୍ଷତି ପୂରଣ ଦେବାପାଇଁ ଚାଷୀ ମାନଙ୍କ ମଧ୍ୟରେ ଦାବି ଉଠୁଛି । ତେବେ ଏ ସଂକ୍ରାନ୍ତରେ ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟର ଚିତ୍ତ ବେହେରାଙ୍କୁ ଫୋନ୍ ଯୋଗେ ପ୍ରତିକ୍ରିୟା ନେବାରୁ ସାର ଙ୍କ କହିବା କଥା -“ଜଙ୍ଗଲ ଭିତରେ ଗାଁ, ଗାଁ ଭିତରେ ଜଙ୍ଗଲ  କହିଲେ ଚଳିବ ଯଦି ଜଙ୍ଗଲିଆ ଜନ୍ତୁ  ଗାଁ କୁ ପଳେଇ ଆସିଲା, ଜମିକୁ ମାଡ଼ିଗଲା କଣ କରିହେବ ।  କ୍ଷତି ପୂରଣ ଦିଆଯାଉଛି  ବୋଲି କହିଥିଲେ । ଏଥିସହ ଜଙ୍ଗଲରେ କାଠ ଓ ମକା ମାଫିଆ ବିଷୟରେ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯିବ ବୋଲି ପଚାରିବାରୁ ” କଣ କରିବି ସାର୍, ଏ ସବୁ ବିଷୟରେ ଭେଟି କି କଥା ହେବା  ବୋଲି କହିଛନ୍ତି । ତେବେ ଆଗକୁ ମକା ଓ କାଠ ମାଫିଆ ବିଷୟରେ ଜାଣିବା ପାଇଁ ଉକ୍ତ ବାବୁ ସାହେବ ଅଧିକାରୀଙ୍କୁ ଭେଟିବା ପରେ  ବୋଧେ ସବୁ ପୁଙ୍ଖାନୁପଙ୍ଖ ଜଣାପଡ଼ିଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories