www.samajalive.in
Monday, December 15, 2025
24.1 C
Bhubaneswar

ଚନ୍ଦ୍ରପୃଷ୍ଠରେ ବି ପଡ଼ିଥିଲା କୋଭିଡ ଲକଡାଉନ ପ୍ରଭାବ: ଗବେଷକ

ସମାଜ ଡିଜିଟାଲ ଡେସ୍କ: କୋଭିଡ-୧୯ କେବଳ ବିଶ୍ଵକୁ ଦୋହଲାଇ ଦେଇନି। ଏହାର ପ୍ରଭାବ ଚନ୍ଦ୍ରପୃଷ୍ଠରେ ବି ପଡ଼ିଛି। ତେବେ ଚନ୍ଦ୍ରପୃଷ୍ଠରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ିନାହିଁ। ଏଭଳି ତଥ୍ୟ ପ୍ରକାଶ କରିଛନ୍ତି କିଛି ଗବେଷକ। ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁ ସାରା ବିଶ୍ଵରେ ଲକଡାଉନ ଲାଗୁ କରାଯାଇଥିଲା। ଏହା ପ୍ରଭାବରେ ଚନ୍ଦ୍ରପୃଷ୍ଠର ତାପମାତ୍ରାରେ ହ୍ରାସ ଦେଖାଦେଇଥିଲା ବୋଲି ଗବେଷକମାନେ କହିଛନ୍ତି। ତାଲାବନ୍ଦ ଯୋଗୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ୮ରୁ ୧୦ କେଲଭିନ ହ୍ରାସ ପାଇଥିବା ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏ ସମ୍ପର୍କିତ ଏକ ରିପୋର୍ଟ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଦ୍ଵାରା ପ୍ରକାଶିକ ମାସିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଭୌତିକ ଗବେଷଣା ପରୀକ୍ଷାଗାର(ପିଆରଏଲ)ର କେ. ଦୁର୍ଗାପ୍ରସାଦ ଏବଂ ଜି. ଆମ୍ବିଲି ଚନ୍ଦ୍ରପୃଷ୍ଠର ରାତ୍ରକାଳୀନ ତାପମାତ୍ରାକୁ ବିଶ୍ଳେଷଣ କରିଥିଲେ। ସେମାନେ ଚନ୍ଦ୍ରପୃଷ୍ଠର ୬ଟି ଭିନ୍ନ ଭିନ୍ନ ସ୍ଥାନ ଯଥା ଓସେନସ ପ୍ରୋସେଲାରମର ୨ଟି ଅଞ୍ଚଳ, ମେୟାର ସେରେନିଟାଟିସ, ମେୟାର ଇମ୍ବ୍ରିୟମ, ମେୟାର ଟ୍ରାଙ୍କୁଇଲିଟାଟିସ ଏବଂ ମେୟାର ସ୍ରିଜିଅମର ତାପମାତ୍ରାକୁ ଅନୁଧ୍ୟାନ କରିଥିଲେ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଲୁନାର ରିକନାନ୍‌ସା ଅର୍ବିଟର ତଥ୍ୟ ଆଧାରରେ ୨୦୧୭ ଏବଂ ୨୦୨୩ ମଧ୍ୟରେ ଏହି ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରୁ ଲକଡାଉନ ସମୟରେ ଚନ୍ଦ୍ରପୃଷ୍ଠ ତାପମାତ୍ରା ହ୍ରାସ ପାଇଥିବା ଜଣାପଡ଼ିଥିଲା। ଲକଡାଉନ ସମୟରେ ଗାଡ଼ିମୋଯର ଚଳାଚଳ ବନ୍ଦ ରହିବା, ମାନବୀୟ କାର୍ଯ୍ୟକଳାପ ହ୍ରାସ ପାଇବା, ସବୁଜଘର ବାଷ୍ପ ନିର୍ଗମନ ହ୍ରାସ ଯୋଗୁ ଏପରି ହୋଇଥିବା ଗବେଷକମାନେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories