www.samajalive.in
Thursday, December 11, 2025
16.1 C
Bhubaneswar

ବନବିଭାଗ ପକ୍ଷରୁ  ହାତୀ ଦାନ୍ତ ଜବତ

କଲ୍ୟାଣସିଂହପୁର: ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜରେ ବନବିଭାଗ ପକ୍ଷରୁ ଦୁଇଟି ହାତୀ ଦାନ୍ତ ଜବତ କରାଯିବା ସହ ଦୁଇ ଜଣଙ୍କୁଅଟକ ରଖି ପଚରାଉଚରା କରାଯାଇଛି। ରାୟଗଡା ବନଖଣ୍ଡ ଅଧିକାରୀ ସଚିନ ଆନାସାହେବ ଓହଲ  କୌଣସି ସୂତ୍ରରୁ ଖବର ପାଇ ଗୁଡାରି ରେଞ୍ଜର ଦିଲୀପ ପଟ୍ଟନାୟକ, ରାୟଗଡା ରେଞ୍ଜର କାମେଶ ରାଓ ଆଚାରୀ, ବନପାଳ ଗୌରୀ ଶଙ୍କର ସାହୁ , ବନପାଳ କୁନା ବେହେରା ସମେତ କଲ୍ୟାଣସିଂହପୁର  ବନପାଳ ପ୍ରଦୀପ କୁମାର ଜେନା  ବନରଖି ଅକ୍ଷୟ କୁମାର ମିଶ୍ର ପ୍ରମୁଖ ନାରାୟଣପୁର ପଞ୍ଚାୟତର ଶିବମନ୍ଦିରରେ ଚଢ଼ାଉ କରିଥିଲେ।
ନାରାୟଣପୁର ପଞ୍ଚାୟତର ଶିବମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣମଣ୍ଡପ  ଦୁଇଜଣ  ସୁରେନ୍ଦ୍ର ନାହାକ, ଶଙ୍କର କଣ୍ଡାଗରୀ ହାତୀ ଦାନ୍ତ ରଖି ରୋଷେଇ କରୁଥିବା ବେଳେ ଚଢ଼ାଉ କରିଥିଲେ। ଦୁଇ ହାତୀ ଦାନ୍ତ ସହ ଦୁଇଜଣଙ୍କୁ  କଲ୍ୟାଣସିଂହପୁର ରେଞ୍ଜର ଶିକରପାଇ ସେକ୍ସନରେ ଅଟକ ରଖି ପଚରା ଉଚରା କରଥିଲେ।
ସୁରେନ୍ଦ୍ର ନାହାକ କଲ୍ୟାଣସିଂହପୁର ଅଞ୍ଚଳରେ ରହି ମସଲା ବ୍ୟବସାୟ କରୁଥିବା ବେଳେ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଗାଁ ଶଙ୍କର କଣ୍ଡାଗରୀ ସେ ବିଜୁଳି ବିଭାଗରେ ବିଷମ କଟକରେ କାର୍ଯ୍ୟରତ ଥିଲେ ।

 

ବିନବିଭାଗ ପକ୍ଷରୁ ହାତୀ ଗଣନା ଚାଲିଥିବା ବେଳେ କେତେ ହାତୀ ରହିଛି ତାର ସ୍ୱଷ୍ଟ ସୂଚନା ରହିଥିବା ବେଳେ କେତେ ହାତୀ ମରିଛି ତାହାର ସୂଚନା ନଥିବା ହାତୀ ଦାନ୍ତ ଜବତରୁ ଜଣାପଡୁଛି । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ, ବନପାଳ ନମିତା ବିଡିକା, ସହଦେଵ ରାଉତ, ପାରାଗାର୍ଡପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories