www.samajalive.in
Sunday, December 7, 2025
26.1 C
Bhubaneswar

ସଲେପାଲି, ଉଡାର ଓ ମହଲାଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଦେଓଗାଁ : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି, ଉଡାର ଓ ମହଲାଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସାଲେପାଲି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ବଳ୍ଲବୀ ସାହୁ ସଭାପତିତ୍ବ କରିଥିବାବେଳେ ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ସ୍ଥାନୀୟ ସମିତି ସଭ୍ୟ ଲକ୍ଷ୍ମଣ ମେହେର ସଭାପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବଡ଼ବାହାଲ ସରପଞ୍ଚ ଜ୍ୟୋତିମୟୀ ରଣା ଯୋଗଦେଇଥିବାବେଳେ ନୋଡାଲ ଅଫିସର ଭାବେ ସୁଦର୍ଶନ ସା ଓ ସୁପରଭାଇଜର ଭାବେ କନିଷ୍ଠଯନ୍ତ୍ରୀ ମାନସିଂହ ଯୋଗଦେଇଥିଲେ। ସେହିପରି ଉଡାର ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ପଞ୍ଚମୀ ଦୀପ ସଭାପତିତ୍ବ କରିଥିବା ବେଳେ ଇଓ ବିରେନ୍ଦ୍ର ଛତ୍ରିଆ ନୋଡାଲ ଅଧିକାରୀ ଭାବେ ଓ ଜିପିଇଓ ସେନାପତି ମଙ୍ଗରାଜ ସୁପରଭାଇଜର ଭାବେ ଯୋଗଦେଇଥିଲେ। ସେହିପରି ମହଲାଇ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯକ୍ରମରେ ସରପଞ୍ଚ ଚିତ୍ତ ରଞ୍ଜନ ସାହୁ ସଭାପତିତ୍ବ କରିଥିବାବେଳେ ନୋଡାଲ ଅଧିକରି ଭାବେ ଇଓ ବିରେନ୍ଦ୍ର ନାଗ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ହେଉଥିବା କାର୍ଯ୍ୟକ୍ରମ ଉପରେ ସଚେତନତା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଏବଂ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ପହଞ୍ଚି କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଯୋଜନା ଉପରେ ଅବଗତ କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories