www.samajalive.in
Sunday, December 7, 2025
14.1 C
Bhubaneswar

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

ଦେଓଗାଁ: ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା, ଲଣ୍ଡା ପଥର ,ଡୁମେର ପିଟା ପଞ୍ଚାୟତଠାରେ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଡୁମେର ପିଟାଠାରେ ସରପଞ୍ଚ ବାସନ୍ତୀ ପଟେଲ ,ଲଣ୍ଡାପଥରଠାରେ ସରପଞ୍ଚ ଦେବକାନ୍ତି ଖେତୀ ଅଧ୍ୟକ୍ଷତା କରିଥିବାବେଳେ ବନ୍ଧପଡ଼ା ଶିବିରରେ ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏହି ଶିବିର  ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ,  ପୂର୍ବ ବିଡ଼ିସିସି ସଭାପତି ଲକ୍ଷଣ ମେହେର, ଜିଲ୍ଲା ପରିଷଦ ସଭ୍ୟ ମମତା କୁମୁରା,ଜରାସିଂହା ସରପଞ୍ଚ କୁଶମଣି ମେହେର ପ୍ରମୂଖ ଏଥିରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ।  ବନ୍ଧପଡ଼ା ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ୧୦ଟି ପ୍ରକଳ୍ପ କୁ ୫୦ଲକ୍ଷ ଟଙ୍କା ଦେଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ୮୬୦ ଜଣ ପରିବାର ଅନ୍ତର୍ଭୁକ୍ତ ହୋଇଛି।  ୮୮୩ ପରିବାରକୁ ରାସନ କାର୍ଡ,୩୫୫ ଜଣ ଙ୍କୁ ସାମାଜିକ ଭତ୍ତା,୬୮୯ ଜଣ ଙ୍କୁ କାଳିଆ ସହାୟତା,୧୪୩ ଜଣ ଙ୍କୁ ଗର୍ଭବତୀ ଙ୍କୁ ମମତା ସହାୟତା ଦିଆଯାଇଥିବାବେଳେ ୬୫ଟି ମିଶନ ଶକ୍ତି ଗୋଷ୍ଠୀ ଙ୍କୁ ୩୩ ଲକ୍ଷ ୫୦ହଜାର ଟଙ୍କାର ବିନା ସୁଧ ରେ ଋଣ ଦିଆଯାଇଛି।  ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨ଟି ପ୍ରକଳ୍ପ କୁ ୩୦ଲକ୍ଷ ଟଙ୍କା ଦେଇଥିବା ନେଇ ନୋଡାଲ ଅଫିସର ରମେଶ ଚନ୍ଦ୍ର ବାଗ ସୂଚନା ଦେଇଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories