www.samajalive.in
Sunday, December 7, 2025
26.1 C
Bhubaneswar

ଲୁହାପଥର ଗୁଣ୍ଡ ଚୋରାଚାଲାଣ; ପୁଲିସ କନେଷ୍ଟବଳଙ୍କ ସମେତ ୪ଗିରଫ

ଦେବଗଡ଼ : ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଜବତ କରିଥିବା ଲୁହାପଥର ଚୋରାଚାଲାଣ ବେଳେ ପୁଲିସ କନେଷ୍ଟବଳଙ୍କ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଟ୍ରକ, ଜେସିବି ମେସିନ ଓ ବୋଲେରୋ ଜବତ କରି ଅଧିକ ଖୋଳତାଡ କରୁଛି ବାରକୋଟ ଥାନା ପୁଲିସ। ଦେବଗଡ ଜିଲ୍ଲା ବାରକୋଟ ଥାନା ରଞ୍ଜ ଛକରୁ ଲୁହାପଥର ଚୋରାଚାଲାଣ ବେଳେ ପୁଲିସ ଚଢାଉ କରିଥିଲା । ସୁନ୍ଦରଗଡ ଜିଲ୍ଲା ବଣେଇ ଜେଲ୍‌ରେ କାର୍ଯ୍ୟରତ ଜକେଇକେଳା ଗ୍ରାମର କନେଷ୍ଟବଳ ସତ୍ୟାନନ୍ଦ ବେହେରା, ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର କୁମାର ସାହୁ, କେନ୍ଦୁଝର ଜିଲ୍ଲା ସ୍ୱାମ୍‌ପାଟଣା ଥାନା କୁଆପୋସି ଗ୍ରାମର ଯୁଧିଷ୍ଠିର ମହନ୍ତ ଓ ବଣେଇ ଥାନା ଜକେଇକେଳା ଗ୍ରାମର ଅଜିତ କୁମାର ସାହୁ ଗିରଫ ହୋଇଛନ୍ତି ।
କନେଷ୍ଟବଳ ସତ୍ୟାନନ୍ଦ ବେହେରା ମଧ୍ୟସ୍ଥି ସାଜି ଲୁହାପଥର ଚୋରାଚାଲାଣ କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜେସିବି ମେସିନ ଏବଂ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ୨୦୦୮ ମସିହାରେ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଲୁହାପଥର ଚୋରାଚାଲାଣ ବେଳେ ଜବତ କରି ରଞ୍ଜ ଛକରେ ଗଚ୍ଛିତ ରଖିଥିଲା । ଗତ କିଛି ମାସ ଭିତରେ ସେଠାରୁ କୋଟି କୋଟି ଟଙ୍କାର ଲୁହାପଥର ଚୋରାଚାଲାଣ ହୋଇଥିବା ଅଭିଯୋଗ ହେଉଥିଲା । ପୁଲିସ ଆଖିରେ ଧୂଳିଦେଇ ଅଭିଯୁକ୍ତ ମାନେ ସେଠାରୁ ଲୁହାପଥର ଚୋରାଚାଲାଣ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଚୋରାଚାଲାଣ ବେଳେ ପୁଲିସ ଚଢାଉ କରି ଘଟଣା ସ୍ଥଳରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories