www.samajalive.in
Saturday, December 6, 2025
14.1 C
Bhubaneswar

ବେଆଇନ ମହୁଲ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ;୪ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍  ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲାପାଳ ସୋମେସ କୁମାର ଉପାଧ୍ୟାୟ ଓ ଅବକାରୀ ଅଧିକ୍ଷିକା ବାସନ୍ତି ପ୍ରଭା ନାୟକଙ୍କ ନିର୍ଦ୍ଦେଶରେ ଗତକାଲି ରାତ୍ରୀରେ ଅବକାରୀ ବିଭାଗ ମୋବାଇଲ ଇନ୍ସପେକ୍ଟର ତେଲିଶ୍ୱର ଲାକ୍ରା ଓ ବାରକୋଟ ଅବକାରୀ ଥାନା ସବ ଇନ୍ସପେକ୍ଟର ସୀମା କିରେଇ ବାରକୋଟ-ବଣାଇଁ ୧୪୩ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲେ।
ଆଜି ଭୋର ପ୍ରାୟ ୪ ଟା ସମୟରେ ଏକ ପିକଅପ୍ ଭ୍ୟାନ୍ ବାରକୋଟ ପଟୁ ସୁନ୍ଦରଗଡ ଜିଲାର ବଣାଇଁ ଆଡକୁ ଯାଉଥିବା ଦେଖି ଏହାକୁ ଅଟକାଇବା ସହ ଯାଂଚ କରିଥିଲେ। ଯାଂଚ ସମୟରେ ଉକ୍ତ ପିକଅପ୍ ଭ୍ୟାନରେ ପ୍ରାୟ ୨୦କ୍ୱିଂଟାଲ ମହୁଲ ରହିଥିବା ଏବଂ ଏ ସମ୍ପର୍କୀତ କୌଣସି ବୈଧ କାଗଜ ପତ୍ର ନଥିବାରୁ ମହୁଲ ବୋଝେଇ ପିକଅପ୍ ଭ୍ୟାନଟିକୁ ଜବତ କରାଯିବା ସହ ଉକ୍ତ ମହୁଲ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ବାରକୋଟ ଥାନା କାଦୋପଡା ଗ୍ରାମର ଅମୁଲ୍ୟ ସାହୁ (୪୩), ତୁପା ମୁଣ୍ଡା(୨୫), ମିରିଡା ମୁଣ୍ଡା (୨୫) ଓ ବାରକୋଟ ଥାନା କଲା ଗ୍ରାମର ଲୁଲୁ ସାହୁ (୩୦)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜବତ ହୋଇଥିବା ମହୁଲର ବଜାର ଦର ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories